ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ମଇ ୪ରୁ ସିବିଏସ୍‍ଇ ବୋର୍ଡ ପରୀକ୍ଷା

ଆସନ୍ତା ବର୍ଷ ମଇ ୪ ତାରିଖରୁ ସିବିଏସ୍‍ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ । ଏହା ଜୁନ୍‍ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ତେବେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ । ତେବେ ଏହି ପରୀକ୍ଷା ପୂର୍ବଭଳି ଅଫ୍‍ଲାଇନ୍‍ରେ ହେବବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନ୍‍ଲାଇନ୍‍ ପାଠପଢା ଓ କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବାରୁ ସିବିଏସ୍‍ ବୋର୍ଡ ପକ୍ଷରୁ ପାଠ୍ୟକ୍ରମରେ ୩୦ ପ୍ରତିଶତ ହ୍ରାସ କରାଯାଇଛି ।

ଶ୍ରୀ ପୋଖରିୟାଲ କହିଥିଲେ ଯେ କୋଭିଡ ମହାମାରୀ କାରଣରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକ ଅପ୍ରତ୍ୟାଶିତ ଏବଂ ଅନିଶ୍ଚିତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଛାତ୍ରଛାତ୍ରୀ ଯେପରି ପାଠପଢ଼ାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଶିକ୍ଷକମାନେ ଅବିରାମ ଗତିରେ କାର୍ଯ୍ୟ କରିଚାଲିଛନ୍ତି। ଶିକ୍ଷାଦାନ ପାଇଁ ନୂଆ କୌଶଳ ଏବଂ ପଦ୍ଧତି ଆପଣାଇବା ପାଇଁ କଠିନ ପରିଶ୍ରମ କରିଥିବାରୁ ସେ ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ। ଡିଜିଟାଲ ମାଧ୍ୟମରେ ପାଠପଢ଼ା ପାଇଁ ପ୍ଲାଟଫର୍ମ ଏବଂ ବିଷୟବସ୍ତୁ ଯୋଗାଇ ଦେବା ସକାଶେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ। 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023