କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

୪ହଜାର ୟୁନିଟ୍‍ ପ୍ଲାଜ୍‍ମା ସଂଗ୍ରହ

ରାଜ୍ୟରେ ପାଖାପାଖି ୪ହଜାର ୟୁନିଟ୍‍ ପ୍ଲାଜ୍‍ମା ସଂଗୃହୀତ ହୋଇଥିବା ବେଳେ ପ୍ଲାଜ୍‍ମା ଥେରାପୀ ଦ୍ୱାରା ୧୪୦୦ରୁ ଅଧିକ ଗୁରୁତର କରୋନା ରୋଗୀ ଆରୋଗ୍ୟଲାଭ କରିସାରିଲେଣି ।

ପ୍ଲାଜ୍‍ମା ଥେରାପୀ ସଂକ୍ରାନ୍ତରେ ମିଳିଥିବା ସର୍ବଶେଷ ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୭୭୪ ଜଣ ବ୍ୟକ୍ତି କରୋନାରୁ ଆରୋଗ୍ୟଲାଭ ପରେ ପ୍ଲାଜ୍‍ମା ଦାନ କରିଛନ୍ତି । ଏମାନଙ୍କଠାରୁ ମୋଟ୍‍ ୩୯୪୩ ୟୁନିଟ୍‍ ପ୍ଲାଜ୍‍ମା ସଂଗ୍ରହ କରାଯାଇଛି । ସଂଗୃହୀତ ପ୍ଲାଜ୍‍ମା ମଧ୍ୟରୁ ୩୨୬୬ ୟୁନିଟ୍‍ ଗୁରୁତର କୋଭିଡ୍‍ ରୋଗୀମାନଙ୍କୁ ପ୍ରଦାନ କରାଯାଇଛି ।

ଗୁରୁତର କରୋନା ରୋଗୀମାନଙ୍କୁ ୨୭୩୫ ଜଣଙ୍କୁ ପ୍ରଥମଥର ଲାଗି ପ୍ଲାଜ୍‍ମା ଥେରାପୀ ଦିଆଯାଇଥିବା ବେଳେ ୪୭୧ ଜଣଙ୍କୁ ଦ୍ୱିତୀୟ ଥର ପାଇଁ ପ୍ଲାଜ୍‍ମା ଦିଆଯାଇଛି । ପ୍ଲାଜ୍‍ମା ଚିକିତ୍ସା ପରେ ବର୍ତ୍ତମାନ ସୁଦ୍ଧା ୧୪୩୪ ଜଣ ସମ୍ପୂର୍ଣ୍ଣ ଭାବେ କରୋନାରୁ ଆରୋଗ୍ୟଲାଭ କରିଥିବା ବେଳେ ୫୫୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ୩୧୫ ଜଣ କୋଭିଡ୍‍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗୁରୁତର କରୋନା ରୋଗୀଙ୍କ ଲାଗି ପ୍ଲାଜ୍‍ମା ଥେରାପୀ ଶେଷ ଭରସା ହୋଇଥିବା ବେଳେ ରାଜ୍ୟରେ କଟକ, ବ୍ରହ୍ମପୁର, ବୁର୍ଲା ମେଡ଼ିକାଲ କଲେଜରେ ପ୍ଲାଜ୍‍ମା ବ୍ୟାଙ୍କ ରହିଛି । କୋଭିଡ୍‍ରୁ ମୁକ୍ତିଲାଭ କରୁଥିବା ବ୍ୟକ୍ତିମାନେ ଏଠାରେ ପ୍ଲାଜ୍‍ମା ଦାନ କରିଥାନ୍ତି । ସେହି ପ୍ଲାଜ୍‍ମାକୁ ଆବଶ୍ୟକତା ଅନୁଯାୟୀ ରାଜ୍ୟର ବିଭିନ୍ନ କୋଭିଡ୍‍ ଡାକ୍ତରଖାନା ଓ କୋଭିଡ୍‍ ରୋଗୀ ଚିକିତ୍ସିତ ହେଉଥିବା ଘରୋଇ ଡାକ୍ତରଖାନାକୁ ଯୋଗା ଯାଇଥାଏ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜ୍‍ମା ଦାନ ପାଇଁ ଲୋକଙ୍କୁ ନିବେଦନ କରିଥିବା ବେଳେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅଧିକରୁ ଅଧିକ ପ୍ଲାଜ୍‍ମା ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଥିଲା । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀ, ବିଧାୟକମାନେ ପ୍ଲାଜ୍‍ମା ଦାନ କରିଛନ୍ତି । ପ୍ଲାଜ୍‍ମା ଦାନ କ୍ଷେତ୍ରରେ ସବୁଠାରୁ ଅଧିକ ଅବଦାନ ପୁଲିସ କର୍ମଚାରୀମାନଙ୍କର ରହିଛି । କରୋନାକୁ ହରାଇଥିବା ଶହ ଶହ ପୁଲିସ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‍ମା ଦାନ କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ପ୍ଲାଜ୍‍ମାର ଆବଶ୍ୟକତା ହ୍ରାସ ପାଉଥିଲେ ମଧ୍ୟ ସ୍ୱେଚ୍ଛାକୃତ ପ୍ଲାଜ୍‍ମାଦାତାଙ୍କଠାରୁ ଏହା ସଂଗ୍ରହ କରି ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ଏକହଜାର ତଳେ ରହିଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇନାହିଁ । ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ଦୁଇଅଙ୍କରେ ରହିବା ସହିତ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୧୬୨୫ରେ ପହଞ୍ଚିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020