କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

୨୩ରେ କୁଳପତି ଚୟନ ସାକ୍ଷାତକାର

ଓଡ଼ିଶାରେ ଖାଲି ପଡ଼ିଥିବା ୬ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୨୩ ତାରିଖରେ ପ୍ରାର୍ଥୀମାନଙ୍କର ସାକ୍ଷାତକାର ନେବେ ।

ଏଠାରେ ଉଲ୍ଲେଖନୀୟ ଯେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଅତନୁ କୁମାର ପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁମିତା ଦାସ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ପ୍ରାୟ ୮ ମାସ ତଳୁ ପୂରିଗଲାଣି ।

ତେବେ ଏହି କୁଳପତିମାନଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ସେମାନଙ୍କ ଉତ୍ତରାଧିକାରୀ ଚୟନ କରାଯାଇନଥିବା ଯୋଗୁ କୁଳାଧିପତି ଏମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଇ ଚାଲିଛନ୍ତି । ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଅଣାଯାଇ ନିଯୁକ୍ତି ନିୟମରେ କେତେକ ସଂଶୋଧନ କରାଯାଇଛି ଏବଂ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପୁନର୍ବାର ବିଜ୍ଞାପନ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ଉଚ୍ଚଶିକ୍ଷା ବିଭାଗ ନଥିପତ୍ର ଯାଞ୍ଚ କରି ଏକ ତାଲିକା ପ୍ରସ୍ତୁତ କରିଥିଲେ ।

ଇତିମଧ୍ୟରେ ୬ଟିଯାକ ବିଶ୍ୱବିଦ୍ୟାଳୟ ପାଇଁ ଗଠନ କରାଯାଇଥିବା ପୃଥକ୍‍ ପୃଥକ୍‍ ଯାଞ୍ଚ କମିଟି ଏହି ପ୍ରାର୍ଥୀମାନଙ୍କ ସାକ୍ଷାତକାର ନେଇ ବିଶ୍ୱବିଦ୍ୟାଳୟୱାରୀ ପ୍ୟାନେଲ୍‍ ପ୍ରସ୍ତୁତ କରିଛନ୍ତି । ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ ୨ରୁ ୪ଜଣ କରି ଆବେଦନକାରୀଙ୍କ ନାମ ରହିଛି । ଏହି ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ହସ୍ତଗତ ହେବା ପରେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ୨୩ ତାରିଖରେ ସାକ୍ଷାତ ଆଲୋଚନା ପାଇଁ ପ୍ରାର୍ଥୀମାନଙ୍କୁ ଡାକିଛନ୍ତି ।

ତେବେ କୁଳାଧିପତି ଜଣ ଜଣ କରି କିମ୍ବା ବିଶ୍ୱବିଦ୍ୟାଳୟୱାରୀ ଅଥବା ସମସ୍ତ ପ୍ରାର୍ଥୀମାନଙ୍କ ସହ ମିଳିତ ଆଲୋଚନା କରିବେ ତାହା ସ୍ପଷ୍ଟ ହୋଇନାହିଁ । ସର୍ଚ୍ଚ କମିଟି ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ପ୍ୟାନେଲ୍‍ରେ ଥିବା ପ୍ରାର୍ଥୀମାନେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ସହ ସାକ୍ଷାତକାର ଲାଗି ଆସନ୍ତା ୨୩ ତାରିଖ ୧୧ଟା ସୁଦ୍ଧା ରାଜଭବନରେ ପହଞ୍ଚିବା ପାଇଁ ସୂଚନା ଦିଆଯାଇଛି ।

ରାଜ୍ୟପାଳ ଏମାନଙ୍କ ସହ ସାକ୍ଷାତ ଆଲୋଚନା ପରେ କେଉଁ ବିଶ୍ୱବିଦ୍ୟାଳୟ ଲାଗି କିଏ କୁଳପତି ଭାବେ ନିଯୁକ୍ତି ପାଇବେ ତାହା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଏଥିଘେନି ଶିକ୍ଷାବିତ୍‍ଙ୍କଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଅନ୍ୟାନ୍ୟ ମହଲରେ ଉକ୍ରଣ୍ଠା ପ୍ରକାଶ ପାଇଛି । ସର୍ଚ୍ଚ କମିଟିର ପ୍ୟାନେଲ୍‍ରେ ରାଜ୍ୟ ଭିତର ଓ ରାଜ୍ୟ ବାହାରର କେତେକ ବରିଷ୍ଠ ପ୍ରଫେସରଙ୍କ ନାମ ସ୍ଥାନ ପାଇଥିବା ଜଣାପଡ଼ିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020