କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ସର୍ବଦଳୀୟ ବୈଠକ ଦାବିରେ ବିରୋଧୀ ଅଟଳ


ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ସଦସ୍ୟମାନେ ଅଡ଼ି ବସିଛନ୍ତି । ଏ ନେଇ ଗୃହରେ ହଟ୍ଟଗୋଳ ଯୋଗୁ ଆଜି ବିଧାନସଭାର କାର୍ଯ୍ୟ ବାରମ୍ବାର ମୁଲତବୀ ସହିତ ଅପରାହ୍ଣ ୩ଟା ଯାଏଁ ଗୃହ କାର୍ଯ୍ୟ ବନ୍ଦ ରହିଛି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଆଇନ୍‍ ଶୃଙ୍ଖଳା ସହିତ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗ ଉଠାଇଥିଲେ । ବିରୋଦୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା, ବିଜେପି ସଦସ୍ୟ ବିଷ୍ଣୁ ସେଠୀ ପ୍ରମୁଖ ରାଜ୍ୟର ଗାଁ ଗହଳରେ ବିଦ୍ୟାଳୟ ବନ୍ଦ ନେଇ ସରକାରଙ୍କ କରିଥିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ବିଦ୍ୟାଳୟ ବନ୍ଦ ହୋଇଗଲେ ପିଲାମାନେ ଆଉ ପାଠ ପଢ଼ିବେ ନାହିଁ । ଗତ ଅଧିବେଶନ ସମୟରେ ବସିଥିବା ସର୍ବଦଳୀୟ ବୈଠକରେ ଦଳମତ ନିର୍ବିଶେଷରେ ସଦସ୍ୟମାନେ ସ୍କୁଲ ବନ୍ଦ ନ କରିବାକୁ କହିଥିଲେ । ହେଲେ ସରକାର ଏବେ ସ୍କୁଲ ବନ୍ଦ କରିବାକୁ ଯାଉଛନ୍ତି । ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସରକାର ଆଜି ଏ ସଂକ୍ରାନ୍ତରେ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଏଥିରେ ଯୋଗଦେବା ଲାଗି କୁହାଯାଉ । ବୈଠକର ନିଷ୍ପତ୍ତି ଅନୁସାରେ ମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ଡାକି ଆଲୋଚନା କରନ୍ତୁ ।

ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଦୁଇଦିନ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୃହରେ ବିବୃତ୍ତି ଦେବା ପାଇଁ ରୁଲିଂ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ରୁଲିଂ ଦେଇଥିଲେ । ହେଲେ ବିରୋଧୀ ଦଳର ବିଧାୟକମାନେ ସର୍ବଦଳୀୟ ବୈଠକ ଡାକିବା ଦାବିରେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ।

ସଦସ୍ୟମାନଙ୍କ ହଟ୍ଟଗୋଳଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ସହ ସର୍ବଦଳୀୟ ବୈଠକ ଡାକିବା ଦାବିରେ ଯୁକ୍ତିତର୍କ କରୁଥିବା ଲକ୍ଷ୍ୟ କରାଯାଇଥିଲା । ପରେ ଶ୍ରୀ ମିଶ୍ର ନିଜ ଆସନକୁ ଫେରିଯାଇ ଆଜି ସର୍ବଦଳୀୟ ବୈଠକ ଡକାହେବ ବୋଲି କହିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ସମସ୍ୟା କେବଳ ବିରୋଧୀ ଦଳର ନୁହେଁ, ସବୁ ବିଧାୟକମାନଙ୍କର ବି ଏହି ସମସ୍ୟା ରହିଛି । ଯେହେତୁ ବାଚସ୍ପତି ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବିବୃତ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ଆବଶ୍ୟକ ନାହିଁ । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ସ୍କୁଲ ବନ୍ଦ ନେଇ ବ୍ଲକ୍‍, ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟି ଗଠନ କରାଯାଇ ସେହି ନିଷ୍ପତ୍ତି ଅନୁସାରେ ସରକାର ପଦକ୍ଷେପ ନେଉଛନ୍ତି । ଯେଉଁଠାରେ ବିଦ୍ୟାଳୟ ବନ୍ଦ ହେଉଛି ସେଠାରେ ଅନ୍ୟ ବ୍ୟବସ୍ଥା କରାଯାଉଛି ।

ବାଚସ୍ପତି ସର୍ବଦଳୀୟ ବୈଠକ ସଂକ୍ରାନ୍ତରେ କୌଣସି ରୁଲିଂ ନ ଦେବାରୁ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବା ସହିତ ବିଧାନସଭା ସଚିବଙ୍କ ଆସନ ଉପରେ ଛିଡ଼ା ହୋଇ ନାରାବାଜି ଦେଇଥିଲେ । ଗୃହର ସ୍ଥିତି ସ୍ୱାଭାବିକ ନ ହେବାର ବାଚସ୍ପତି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020