କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ବାଲି ସଙ୍କଟ ଯୋଗୁଁ ନିର୍ମାଣ କାର୍ଯ୍ୟ ପ୍ରଭାବିତ

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବାଲି ସଙ୍କଟ । ପରିବହନ ହେଉଥିବା ବାଲିର କାଗଜପତ୍ର ଦେଖାଇ ନପାରି ଶହ ଶହ ଗାଡି ଜବତ ହେଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଫଳରେ କରୋନା ମାଡରୁ ମୁକୁଳିବା ପରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ଚଡକ ପଡିଛି ।

ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ଦାଣ୍ଡମୁକୁନ୍ଦପୁର ସମେତ ପୁରୀ ସହର ପର୍ଯ୍ୟନ୍ତ ଆବଶ୍ୟକ ବାଲି କଟକ ଓ ଭୁବନେଶ୍ୱର ଆଖପାଖରୁ ଆସିଥାଏ । ଦୀର୍ଘଦିନ ଧରି ଏଠାରୁ ବାଲି ପରିବହନ ହେଉଥିଲା । ହେଲେ ଗତ କିଛିଦିନ ହେଲା ପୁଲିସ୍‍ ଚଢାଉ ଜୋରଦାର ହେବା ସହିତ ବାଲି ପରିବହନ କରୁଥିବା ହାଇୱା, ଟ୍ରକ ଓ ଟ୍ରାକ୍ଟରଗୁଡିକୁ ଜୋରଦାର ଯାଞ୍ଚ କରାଯାଉଛି । ଅଧିକାଂଶ ଗାଡିର କାଗଜପତ୍ର ଠିକ୍‍ ଥିଲେ ମଧ୍ୟ ବାଲି ଖରିଦର କାଗଜ ଦେଖାଇ ପାରୁ ନାହାନ୍ତି ।

ସୂଚନା ଅନୁଯାୟୀ ଗାଡିମାଲିକମାନେ ଦୀର୍ଘଦିନ ହେଲା ପାହାଳ, ଝାରପଡା ସମେତ କଟକର ତ୍ରିଶୁଳିଆ ଆଦି ସ୍ଥାନରୁ ବାଲି ଆଣୁଥିଲେ । ସେଠାରେ ବାଲି ଖୋଳୁଥିବା ଠିକାଦାର ଓ ବ୍ୟକ୍ତିମାନଙ୍କୁ କିଛି ଅର୍ଥ ଦେଇ ଗାଡିରେ ବାଲି ଭର୍ତ୍ତି କରିବାପରେ ତାହାକୁ ଆଣିଥାନ୍ତି । ଏହି ବାଲି ବାବଦରେ ସେମାନଙ୍କୁ କୌଣସି କାଗଜପତ୍ର ଦିଆଯାଏ ନାହିଁ କି ଅଧିକାଂଶ କ୍ଷେତ୍ରରେ ସେମାନେ ମାଗି ନଥାନ୍ତି । ହେଲେ ଏବେ କିନ୍ତୁ ଗାଡି ଯାଞ୍ଚ କରୁଥିବା ପୁଲିସ୍‍ ଅଧିକାରୀମାନେ ବାଲି ଖରିଦ ବାବଦ କାଗଜପତ୍ର ମାଗୁଛନ୍ତି ।

ଏଭଳି ସ୍ଥିତି ଯୋଗୁଁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ନିର୍ମାଣ କାର୍ଯ୍ୟ ଘୋର ପ୍ରଭାବିତ ହୋଇଛି । ସ୍ୱଚ୍ଛ ଭାରତରେ ଶୌଚାଳୟ ନିର୍ମାଣ ହେଉ କିମ୍ବା ଇନ୍ଦିରା ଆବାସ ଅଥବା ବ୍ୟକ୍ତିଗତ ନିର୍ମାଣ ସବୁକିଛି ବାଲି ବିନା ପ୍ରଭାବିତ । ଏଥିଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରମଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ବାଲି ପରିବହନ ନୁହେଁ ପୁରୀ ଜିଲ୍ଲାର କେତେକ ସ୍ଥାନରେ ନିର୍ମାଣ ପାଇଁ ଆବଶ୍ୟକ ମାଙ୍କଡା ପଥର ପରିବହନ କରୁଥିବା ଗାଡିଗୁଡିକୁ ମଧ୍ୟ ଜବତ କରାଯାଉଥିବାରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି । ତେଣୁ ଗାଡି ମୋଟରକୁ ଧରି ପକାଇ ରଖିବା ଅପେକ୍ଷା ଯେଉଁଠାରୁ ବାଲି ଓ ପଥର ଆସୁଛି ସେଠାରେ ଚଢଉ କରିବାପାଇଁ ସାଧାରଣରେ ମତ ପ୍ରକାଶ ପାଉଛି । ଯଦି ଏଭଳି ସ୍ଥିତି ଲାଗିରୁହେ ତେବେ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବା ସମେତ ବହୁ ସରକାରୀ ଓ ବେସରକାରୀ ପ୍ରକଳ୍ପ କାର୍ଯ୍ୟ ଅଟକିଯିବ ବୋଲି କୁହାଯାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020