କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ହଟିଲେ ଅଖିଳେଶ୍ୱର

ପୁରୀ ଏସ୍‍ପି ଅଖିଳେଶ୍ୱର ସିଂହଙ୍କୁ ରାଜ୍ୟ ସରକାର ଆଜି ତାଙ୍କ ପଦରୁ ହଟାଇ ଦେଇଛନ୍ତି । ୨୦୦୯ ବ୍ୟାଚ୍‍ ଆଇପିଏସ୍‍ ଶ୍ରୀ ସିଂହଙ୍କୁ ମୁଖ୍ୟାଳୟରେ ଅସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ୨୦୧୦ ବ୍ୟାଚ୍‍ ଆଇପିଏସ୍‍ ସମ୍ବଲପୁର ଏସ୍‍ପି କେ ବିଶାଳ ସିଂହଙ୍କୁ ଅବସ୍ଥାପିତ କରାଯାଇଛି ।

ପୁରୀରେ ଘଟିଥିବା ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଉଲ୍ଲେଖନୀୟ ଯେ ପୁରୀ ବାସେଳିସାହି ଥାନା ପକ୍ଷରୁ ଜଣେ ଯୁବକଙ୍କୁ ଥାନାକୁ ଅଣାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସାଧାରଣରେ ଏହାକୁ ହତ୍ୟାକାଣ୍ଡ ବୋଲି କୁହାଯାଉଥିବାବେଳେ ପୁରୀ ଏସ୍‍ପି ଶ୍ରୀ ସିଂହ ପୁଲିସ୍‍ ସହ ଧସ୍ତାଧସ୍ତିରେ ଯୁବକ ଜଣଙ୍କ ର ମୃତ୍ୟୁ ଘଟିଥିବା କହିଥିଲେ ।

ମୃତ ଯୁବକଙ୍କ ପୋଷ୍ଟମର୍ଟମ କରାଯିବା ସହିତ ସ୍ୱର୍ଗଦ୍ୱାର ଠାରେ ପୁଲିସ୍‍ ତାଙ୍କର ଶବଦାହ କରିଦେଇଥିଲା । ଏହି ଘଟଣାକୁ ନେଇ ପୁରୀରେ ପୁଲିସ୍‍ ସହିତ ସାଧାରଣ ଜନତା ମୁହାଁମୁହିଁ ହୋଇଥିବାବେଳେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ ।

ଇତି ମଧ୍ୟରେ ପୁରୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ସହିତ ରାଜ୍ୟ ମାନବ ଅଧିକାର ଓ ଜାତୀୟ ମାନବ ଅଧିକାର କମିଶନରେ ମାମଲା ହୋଇଛି । ବିଜେପି ନେତା ସମ୍ବିତ ପାତ୍ର ଜାତୀୟ ମାନବ ଅଧିକାର କମିଶନଙ୍କୁ ଭେଟି ପୁରୀ ଘଟଣା ସଂକ୍ରାନ୍ତରେ ଅବଗତ କରିଥିବାବେଳେ କମିଶନ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଛନ୍ତ । ଚାରି ସପ୍ତାହ ମଧ୍ୟରେ ବିସ୍ତୃତ ସୂଚନା ଦେବାପାଇଁ କହିଛନ୍ତି ।

ସେହଭଳି ଓଡିଶା ହାଇକୋର୍ଟରେ ରୁଜୁ ମାମଲାକୁ ଗ୍ରହଣ କରି ଅଦାଲତ ସରକାରଙ୍କୁ ନୋଟିସ୍‍ ଜାରି କରିବା ସହିତ ମୃତ୍ୟୁ ସଂକ୍ରାନ୍ତରେ ବିସ୍ତୃତ ସୂଚନା ମାଗିଛନ୍ତି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାପରେ ରାଜ୍ୟ ସରକାର ଆଜି ଅଖିଳେଶ୍ୱରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020