କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ଅର୍ନ୍ତନିହିତ ପ୍ରତିଭାର ବିକାଶର ମାଧ୍ୟମ ଶିଶୁମେଳା

ଶିଶୁ ମାନଙ୍କର ଅନ୍ତର୍ନିନିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳାର ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ସାତଦିନ ବ୍ୟାପୀ ଚାଲିଥିବା ୩୧ ତମ ପିକକ୍ ଶିଶୁମେଳାରେ ଓଡିଶା ତଥା ଓଡିଶା ବାହାରର ବିଭିନ୍ନ ରାଜ୍ଯର ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

ସ୍ବେଛାସେବୀ ଅନୁଷ୍ଠାନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ୍) ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟ ର ପୂର୍ବତନ ମାନ୍ୟବର ବିଚାର ପତି ବିରକିଶୋର ମିଶ୍ର କହିଲେ ଯେ ପିଲା ମାନେ ସ୍ୱପ୍ନ ଦେଖିବା ସହିତ ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ କାର୍ଯ୍ଯ କରିବା ଉଚିତ୍ । ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବାଦ ର ମୁଖ୍ୟ ସମ୍ପାଦକ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ପିତାମାତା ମାନେ ମଧ୍ୟ ପିଲାମାନଙ୍କର ଇଚ୍ଛା ଓ ରୁଚି କୁ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ।

ପିଲାମାନଙ୍କୁ ସାହସୀ ଓ ସତ୍ୟ ନିଷ୍ଠ ହେବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ବକ୍ତବ୍ଯରେ ପିଲାମାନଙ୍କ ଉପଯୁକ୍ତ ପୋଷଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ଯ ଭିନ୍ନକ୍ଷମ ଆୟୋଗ ର କମିଶନର ସୁଲୋଚନା ଦାଶ କହିଲେ ଯେ ପିଲା ମାନଙ୍କୁ ଏହି କରୋନା ପରି ପରିସ୍ଥିତିରେ ସୁରକ୍ଷିତ ରଖି ତାଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ପିତାମାତା ଓ ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ୍‍ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କୋଭିଡ ମହାମାରୀ ପରି ପରିସ୍ଥିତି ରେ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ପିକକର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା କୋଭିଡ ପରବର୍ତ୍ତି ସମୟରେ ଶିଶୁ ମାନଙ୍କ ସୁରକ୍ଷା କୁ ନେଇ ବିସ୍ତରିତ ଯୋଜନା ପ୍ରସ୍ତୁତି ର ଆବଶ୍ଯକତା ଅଛି ବୋଲି କହିଥିଲେ ଓ ପିକକ୍‍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ସାତଦିନ ବ୍ୟାପି ଡିଜିଟାଲ ମଞ୍ଚ ରେ ଚାଲିଥିବା ଶିଶୁ ମେଳା ରେ ବିଭିନ୍ନ ଦିବସ ରେ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଦାନ୍ତ ବିଶେଷଜ୍ଞ ଡାକ୍ତର ସ୍ୱରୂପ ମହାନ୍ତି ଓ ଶିଶୁ ଓ ମହିଳା ବିକାଶ ର ପରାମର୍ଶଦାତ୍ରୀ ଶ୍ରୀମତୀ ମଧୁମିତା ଦାସ ପ୍ରମୁଖ ବିଭିନ୍ନ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । କେନ୍ଦ୍ରାପଡାର ପୁର୍ଣ୍ଣିମା ଗିରିଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୦”, ଫୁଲନଖରା ର ମୁଗଭଙ୍ଗା ଗ୍ରାମ ର ଲୋରିସ୍ମିତା ଦଲାଇ ଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୦, ଭୁବନେଶ୍ୱର ର ଆଦର୍ଶ ଦାସ ଙ୍କୁ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୦”, ଖୋର୍ଦ୍ଧା ର ଶିଶୁ ଅଭିନେତ୍ରୀ ଆୟୁଷା ପଟ୍ଟନାୟକ ଙ୍କୁ “ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୦”, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ କୋରାପୁଟ ର ଚଞ୍ଚଳା ପୁଜାରୀ ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୦” ରେ ସମ୍ମାନିତ କରଯାଇଥିଲା ।

ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ଯ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାଳିଚରଣ ଜୟସିଂହ ଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୦ ”, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତିଙ୍କୁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୦”, ଡଃ ରଜନୀ ରଞ୍ଜନ ଦାଶ ଙ୍କୁ “ଶିଶୁ ସାଥି ସମ୍ମାନ ୨୦୨୦”, ସ୍ନେହ ମିଶ୍ରଙ୍କୁ
 “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୦” ତଥା ମହିଳା ପଞ୍ଚାୟତ ପ୍ରତିନିଧି ଓ ଭିଙ୍ଗାରପୁର ର ସରପଞ୍ଚ ଜୟଶ୍ରୀ ନାୟକ ଙ୍କୁ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ୨୦୨୦” , ସୁଶ୍ରୀ ଶୈଲାନୀ ସୁମନଙ୍କୁ କୋଭିଡ ସମୟରେ ଟେକ୍ନୋଲୋଜି ସହାୟତା ପାଇଁ ସର୍ବୋକୃଷ୍ଠ ସ୍ୱେଛାସେବୀ ସମ୍ମାନ ରେ ସମ୍ମାନିତ କରଯାଇଥିଲା । 

ବିଭିନ୍ନ ସଂଧ୍ୟାରେ ଆସାମ୍, ଓଡିଶା ଓ ମଣିପୁର ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ୟ୍ୟକ୍ରମ ର ପରିବେଷଣ କରାଯାଇଥିଲା  । ପିକକ୍ ର ରତ୍ନା ଦାଶ, ପାଣୁ ବେହେରା, ଡଃ ସୁମିତ୍ରା ମହାନ୍ତି, ମୋନାଲିସା ପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି,  ଧର୍ମାନନ୍ଦ ସୁନ୍ଦରରାୟ, ଡଃ ମିତାଲି ମହନ୍ତି, ବିଶ୍ୱଜିତ, ସତ୍ୟସୁନ୍ଦର, ଦେବାଶିଷ, ଅତିଷ୍ନୁ, ପ୍ରିତମ୍, ଶାସ୍ୱତୀ ପ୍ରମୁଖ ପରିଚାଳନା କରିଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020