୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ପୁରୀ ପରିଦର୍ଶନରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ପରିଦର୍ଶନରେ ଯାଇ ‘ଅବଢ଼ା’ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପତିତପାବନକୁ ପ୍ରାର୍ଥନା ସହିତ ମନ୍ଦିରର ସଂପୂର୍ଣ୍ଣ ପରିକ୍ରମା କରିଥିଲେ ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ସଂପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ କରିଡରର ରୂପରେଖ ଏପରି ହେବା ଉଚିତ, ଯେପରି କୌଣସି ଭିନ୍ନକ୍ଷମ ଲୋକଙ୍କର ପରିକ୍ରମାରେ ଅସୁବିଧା ହେବ ନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ମଧ୍ୟ ଦେଇ ଯେପରି ନିର୍ବିଘ୍ନ ଦର୍ଶନ କରିପାରିବେ ତାହା ବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ନିମନ୍ତେ ଜାଗା ଦାନ କରିଥିବା ସମସ୍ତ ବାସିନ୍ଦା, ବିଭିନ୍ନ ବିଭାଗର କର୍ମଚାରୀ ତଥା ପଦାଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ପରିଶ୍ରମ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ସମସ୍ତ ସୁବିଧାଗୁଡ଼ିକୁ ପ୍ରତିବନ୍ଧକମୁକ୍ତ କରିିବା ପାଇଁ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ମେଘନାଥ ପାଚରେୀର ଦକ୍ଷିଣ ପାଶ୍ୱର୍ ସଂପର୍କରେ ସମୀକ୍ଷା କରି ସାର୍ବଜନୀନ ଦର୍ଶନ ନିମନ୍ତେ ଗୁରୁତ୍ୱ ଦେବାପୂର୍ବକ ପରିକ୍ରମା ନିମନ୍ତେ ବୃକ୍ଷଛାୟା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ପଶ୍ଚିମ ପାଶ୍ୱର୍ରେ ମେଘନାଥ ପାଚେରୀ ନିକଟରେ ଥିବା ବିଦ୍ୟୁତ୍‍ ସବ୍‌ଷ୍ଟେସନ୍‌ର ସ୍ଥାନାନ୍ତରଣ ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କର ଜିନିଷପତ୍ର ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଉତ୍ତର ପାଶ୍ୱର୍ ସଂପର୍କିତ ସମୀକ୍ଷା କରି କହିଥିଲେ ଯେ ଏକ ସମୟରେ ବହୁସଂଖ୍ୟକ ଲୋକଙ୍କୁ ମହାପ୍ରସାଦ ପରିବେଷଣ କରାଇବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ । ବୟସ୍କ ଭକ୍ତମାନେ କିଛି ଦୂରରେ ସେମାନଙ୍କ ଯାନବାହନ ରଖିବା ଓ ସେମାନଙ୍କ ନିମନ୍ତେ ଇ-ଯାନର ସୁବନ୍ଦୋବସ୍ତ ପାଇଁ ମାନ୍ୟବର ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ‘ଟି’) ଭି.କେ. ପାଣ୍ଡିଆନ୍‌ ପରିଦର୍ଶନରେ ସାମିଲ ହୋଇଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020