୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ବିଜୁଳି ବାକି ୪୨୨୨ କୋଟିରୁ ଅଧିକ

କରୋନା କାଳରେ ରାଜସ୍ୱ ବୃଦ୍ଧି ପାଇଁ ବାକିଆ ଅର୍ଥ ଆଦାୟ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟର ୪ଟି ବିଦ୍ୟୁତ୍‍ ବିତରଣ କମ୍ପାନୀର ଏବେ ବିଭିନ୍ନ ସଂସ୍ଥା ଉପରେ ୪ହଜାର କୋଟି ଟଙ୍କାରୁ ଅଧିକ ବାକିଆ ଗଡୁଛି । ଏହାକୁ ଆଦାୟ ପାଇଁ ଏବେ କର୍ତ୍ତୃପକ୍ଷ ଅଣ୍ଟା ଭିଡିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଚାରିଟି କମ୍ପାନୀର ମୋଟ୍‍ ବିଜୁଳି ବାକି ୪୨୨୨ କୋଟି ୬୭ଲକ୍ଷ ଟଙ୍କା ହୋଇଥିବାବେଳେ ଏଥି ମଧ୍ୟରୁ ସବୁଠାରୁ କମ୍‍ ବାକି ଅର୍ଥ ରହିଛି ଟାଟା ପାୱାରର । ଯଦିଓ ନିକଟରେ ସେସୁ ଠାରୁ ପରିଚାଳନା ଦାୟିତ୍ୱରେ ଟାଟା ପାୱାର ହାତକୁ ଯାଇଛି ତଥାପି ଏହାର ବାକି ଅର୍ଥ ପରିମାଣ ହେଉଛି ୫୬୬କୋଟି ୪ଲକ୍ଷ ଟଙ୍କା । ସବୁଠାରୁ ଅଧିକ ୧୪୫୫କୋଟି ୫୯ଲକ୍ଷ ଟଙ୍କାର ବାକି ଗଡୁଛି ସାଉଥ୍‍କୋର । ଏହା ପଛରୁ ନେସ୍କୋର ୧୧୯୮କୋଟି ୧୩ଲକ୍ଷ ଏବଂ ୱେସ୍କୋର ୧୦୦୭କୋଟି ୫୦ଲକ୍ଷ ଟଙ୍କାର ବାକି ରହିଛି ।

ତେବେ ରାଜ୍ୟରେ ସବୁଠାରୁ ଅଧିକ ଉପଭୋକ୍ତା ରହିଛନ୍ତି ଟାଟା ପାୱାର ଅଧିନରେ । ଏହାର ଉପଭୋକ୍ତା ସଂଖ୍ୟା ୨୭ଲକ୍ଷ ପାଖାପାଖି ହୋଇଥିବାବେଳେ ସାଉଥକୋର ୨୨ଲକ୍ଷ ୮୦ହଜାର, ୱେସ୍କୋର ୧୯ଲକ୍ଷ ୬୩ହଜାର ଏବଂ ନେସ୍କୋର ସବୁଠାରୁ କମ୍‍ ୧୯ଲକ୍ଷରୁ ସାମାନ୍ୟ ଅଧିକ ଉପଭୋକ୍ତା ରହିଛନ୍ତି । ବିଜୁଳି ଶକ୍ତି ଖରିଦ କ୍ଷେତ୍ରରେ ସାଉଥକୋର ଦର ସବୁଠାରୁ କମ୍‍ରେ ରହିଛି । ସାଉଥ୍‍କୋ ଗ୍ରିଡ୍‍କୋ ଠାରୁ କିଲୋୱାଟ ପିଛା ୧୯୭.୪୦ ପଇସାରେ ଖରିଦ କରୁଥିବାବେଳେ ଟାଟାପାୱାର ୨୭୭ ପଇସା, ନେସ୍କୋ ୩୧୬.୩୦ପଇସା ଓ ୱେସ୍କୋ ୩୨୨.୬୦ ପଇସାରେ ଖରିଦ କରୁଛନ୍ତି ।

ବିତରଣ କମ୍ପାନୀ ଗୁଡିକର ଏହି ବିପୁଳ ପରିମାଣର ବାକି ଅର୍ଥ ଆଦାୟ ହୋଇପାରୁନଥିବାବେଳେ ଏହା ମଧ୍ୟରେ ଅନେକ ବଡ ବଡ ଶିଳ୍ପସଂସ୍ଥା ରହିଛନ୍ତି । କେତେକ ଶିଳ୍ପସଂସ୍ଥା ବିଜୁଳି ବାକି ଶୁଝିବା ବଦଳରେ ବିତରଣ କମ୍ପାନୀ ବିରୁଦ୍ଧରେ ଆଇନ୍‍ ଅଦାଲତର ଆଶ୍ରୟ ନେଇ ସମୟ ଗଡାଇ ଚାଲିଛନ୍ତି । ଏଣେ ଦେୟ ଅନାଦେୟ ଯୋଗୁଁ ବିତରଣ କମ୍ପାନୀର କ୍ଷତି ବଢି ବଢି ଚାଲିବା ସହିତ ଗ୍ରିଡ୍‍କୋକୁ ତାହାର ଦେୟ ପଇଠ କରିବାରେ ବିଫଳ ହେଉଛନ୍ତି ।

ଗ୍ରିଡ୍‍କୋ ଠିକଣା ସମୟରେ ଅର୍ଥ ନପାଇବାରୁ ମୋଟା ଅଙ୍କର ଋଣ କରିବାକୁ ବାଧ୍ୟ ହେଉଛି । କାରଣ ଗ୍ରିଡ୍‍କୋ ଯେଉଁସବୁ ସଂସ୍ଥାରୁ ବିଜୁଳି ଆଣି ବିତରଣ କମ୍ପାନୀଗୁଡିକୁ ଯୋଗାଇ ଦେଉଛି ସେମାନଙ୍କ ଅର୍ଥ ଠିକଣା ସମୟରେ ପରିଶୋଧ କରିବାକୁ ପଡିବ । ତେବେ କରୋନା ସମୟରେ ବିଜୁଳି ଦେୟ ହ୍ରାସ ପାଇଥିବାବେଳେ ବାକିଆ ଅର୍ଥ କିଭଳି ଆଦାୟ ହେବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020