୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

୧୦୦୦ କୋଟିର ଷ୍ଟାର୍ସ ପ୍ରକଳ୍ପ

ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ସହିତ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟରେ ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ କରିବେ ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କମିଟିରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଯେଉଁଥିରେ ମୋଟ୍‍ ୯୭୬କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ହେବ । ଏହି ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ ସହାୟତା ଯୋଗାଇଦେବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଉଚ୍ଚ ସ୍ତରୀୟ ବୈଠକରେ ଷ୍ଟାର୍ସ ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉକି ଏହି ପ୍ରକଳ୍ପରେ ଶ୍ରେଣୀଗୃହ ଗୁଡିକ ଛାତ୍ର ଅନୁକୂଳ ହେବ ଏବଂ ପାଠପଢାକୁ ଦୃଷ୍ଟିରେ ରଖି ପଠନ ଲିଖନ ସାମଗ୍ରୀର କିଟ୍‍ ଯୋଗାଇ ଦିଆଯିବ । ଚାତ୍ରଛାତ୍ରୀମାନଙ୍କର ଭାଷାଜ୍ଞାନ ବୃଦ୍ଧି ପାଇବା ସହିତ ମାଧ୍ୟମିକ ସ୍ତରରେ ସେମାନେ ଭଲ ପ୍ରଦର୍ଶନ କରିପାରିବେ ।

ଏହି ପ୍ରକଳ୍ପରେ ଶିକ୍ଷାଦାନ ଆକଳନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଏହାଦ୍ୱାରା ଯୋଜନା ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି ହେବ ଏବଂ ବିଆରସି ଏବଂ ସିଆରସିମାନଙ୍କୁ ପରିଚାଳନାର ବିକେନ୍ଦ୍ରୀକରଣ ସଂକ୍ରାନ୍ତରେ ତାଲିମ ଦିଆଯିବ । ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ତାଲିମ ଦିଆଯାଇ ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥାକୁ ସୁଦୃୃଢ କରାଯିବ । ପ୍ରଶାସନିକ ସଂସ୍କାରକୁ ଷ୍ଟାର୍ସ ପ୍ରକଳ୍ପ ଦିଗ୍‍ଦର୍ଶନ ଦେବା ସହିତ ଆଇସିଟି ଜରିଆରେ ଶିକ୍ଷାଦାନ ବ୍ୟବସ୍ଥାକୁ ଗ୍ରହଣ କରିବ ।

ବୈଷୟିକ ଜ୍ଞାନକୌଶଳ ବ୍ୟବସ୍ଥା ଦ୍ୱାରା ଶିକ୍ଷା ପରିଚାଳନା ବ୍ୟବସ୍ଥାର ବିକାଶ ସହିତ ଶିକ୍ଷକ ପରିଚାଳନାକୁ ମଧ୍ୟ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । ଷ୍ଟାର୍ସ ପ୍ରକଳ୍ପ ନୂତନ କେନ୍ଦ୍ରୀୟ ଅନୁଦାନ ପ୍ରକଳ୍ପ ହୋଇଥିବାବେଳେ ୨୦୨୦-୨୧ ରୁ ୨୦୨୪-୨୫ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜରିଆରେ କାର୍ଯ୍ୟକାରୀ କରିବେ ।

ରାଜ୍ୟ ସରକାର ଏହି ପ୍ରକଳ୍ପର ୪୦ ପ୍ରତିଶତ ବହନ କରିବାକୁ ଥିବାବେଳେ ଅବଶିଷ୍ଟ ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବେ । ଜାତୀୟ ଶିକ୍ଷା ନୀତି ୨୦୨୦ କୁ ଦୃଷ୍ଟିରେ ରଖି ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏହି ପ୍ରକଳ୍ପ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯାଇ ପାରିବ । ଓଡିଶା ସମତେ ଭାରତୀୟ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଏହାଦ୍ୱାରା ବିକାଶ ହୋଇପାରିବ ।

ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ଏଥିରୁ କେତେକ ପରିମାଣରେ ସୁଫଳ ମିଳୁଛି ସେହି ଆଧାରରେ ପାଣ୍ଠି ଯୋଗାଣ ହେବ । ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଅର୍ଥ ବିନିଯୋଗ ହେବାକୁ ଯାଉଥିବାବେଳେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁଙ୍କ ବିକାଶ ଲାଗି ଆଗାମୀ ୫ବର୍ଷ ସକାଶେ ଟଙ୍କା ଖଟାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020