୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ଆରଟିଓ ଆଗରେ ରାସ୍ତା ଜାମ୍‍


ରାଜଧାନୀରେ ଥିବା ଏକ ନମ୍ବର ଆଞ୍ଚଳିକ ପରିବହନ ଦପ୍ତରକୁ ବିଭିନ୍ନ କାର୍ଯ୍ୟ ଲାଗି ଆସୁଥିବା ଲୋକେ ଏବେ ନାକେଦମ୍‍ ହେଉଛନ୍ତି । ବାଣୀବିହାରଠାରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଓଭର ବ୍ରିଜ୍‍ ପାଶ୍ୱର୍ରେ ସମାନ୍ତରାଳ ରାସ୍ତାକୁ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ଯାନବାହନ ଦଖଲ କରି ରଖୁଥିବାରୁ ଏଭଳି ଅବସ୍ଥା ଉପୁଜିଛି ।

ପରିବହନ ଦପ୍ତର ବାହାରେ ଏବେ ପ୍ରତିଦିନ ୫/୬ଟି ପ୍ରଦୂଷଣ ପରୀକ୍ଷା ଯାନ ଛିଡ଼ା ହୋଇ ରହୁଛି । ଏମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାସ୍ତା ଉପରେ ନିଜର ଗାଡ଼ି ରଖୁଥିବା ବେଳେ ପ୍ରଦୂଷଣ ଯାଞ୍ଚ ଲାଗି ବିଭିନ୍ନ ଗାଡ଼ିକୁ ସେହି ରାସ୍ତା ଉପରେ ହିଁ ଛିଡ଼ା ହେବାକୁ ପଡ଼ୁଛି । ସେହିଭଳି ଏହି ରାସ୍ତା ପାଶ୍ୱର୍ରେ ଥିବା ସରକାରୀ ଦପ୍ତରର ବାବୁମାନେ ନିଜ ନିଜ ଯାନକୁ ରାସ୍ତା ଉପରେ ଥୋଇ ପଳାଉଛନ୍ତି ।

ଏହାବ୍ୟତୀତ ଏଠାରେ ଥିବା ବିଭିନ୍ନ ଗାଡ଼ି ମୋଟର ସୋରୁମ୍‍ ଓ ଅନ୍ୟାନ୍ୟ କାର୍ଯ୍ୟରେ ଆସୁଥିବା ଲୋକେ ନିଜ ନିଜ ଗାଡ଼ିକୁ ରାସ୍ତା ଉପରେ ଛିଡ଼ା କରାଉଛନ୍ତି । ଫଳରେ ଆରଟିଓ ଅଫିସକୁ ଆସୁଥିବା ଲୋକେ କେଉଁଠାରେ ଗାଡ଼ି ରଖିବେ ସେଥିନେଇ ଚିନ୍ତାରେ ପଡ଼ୁଛନ୍ତି ।

ଏ ସଂକ୍ରାନ୍ତରେ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ବିଏମସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ବି କୌଣସି ସୁଫଳ ମିଳୁନାହିଁ । ଅବସ୍ଥା ଏଭଳି ହୋଇଛି ଯେ ଆରଟିଓ ଅଫିସ ନିକଟରେ ଏବେ ସୁରକ୍ଷାକର୍ମୀ ମୁତୟନ କରିବାକୁ ପଡ଼ୁଛି ।

କାରଣ ଏଠାକୁ ଆସୁଥିବା ଲୋକେ ଅନେକ ସମୟରେ ଦପ୍ତର ସମ୍ମୁଖ କିମ୍ବା ରାସ୍ତା ଉପରେ ଗାଡ଼ି ଥୋଇ ଯିବା ସହିତ ପରସ୍ପର ମଧ୍ୟରେ ଏହାକୁ ନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଉଛି । ତେଣୁ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ଆରଟିଓ ଅଫିସ୍‍ ପାଶ୍ୱର୍ରେ ଥିବା ସଡ଼କୁ ଜବରଦଖଲମୁକ୍ତ କରିବା ଲାଗି ମତପ୍ରକାଶ ପାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020