୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

୫୦ କାରଖାନାରେ ପ୍ରଦୂଷଣ ଅଧିକ


ରାଜ୍ୟରେ ଥିବା ୫୦ଟି ବୃହତ୍‍ ଓ ମଧ୍ୟମ କାରଖାନାର ପ୍ରଦୂଷଣର ମାତ୍ରା ଧାର୍ଯ୍ୟ ସୀମାଠାରୁ ଅଧିକ ରହିଛି । ୨୦୧୯-୨୦ ବର୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଏହା ଜଣାପଡ଼ିଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟରେ ଥିବା ୧୮୧ଟି ବୃହତ୍‍ ଓ ମଧ୍ୟମ ପ୍ରଦୂଷଣକାରୀ ଶିଳ୍ପ କାରଖାନାର ପ୍ରଦୂଷଣ ମାତ୍ରାକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ବେଳେ ୫ଟି କାରଖାନାରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ନଜରକୁ ଆସିଥିଲା ।

ଏହିସବୁ କାରଖାନା ମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା ବେଳେ ୪ଟିକୁ ବନ୍ଦ ନିର୍ଦ୍ଦେଶ ଓ ୧୩ଟିକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା କାରଖାନା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ଥିବା ଅଲଟ୍ରାଟେକ୍‍ ସିମେଣ୍ଟ, ସମ୍ବଲପୁର ଜିଲ୍ଲାରେ ଭୂଷଣ ପାୱାର ଓ ସମଲେଶ୍ୱର ଫେରୋ ଅଲଏଜ୍‍, ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଥିବା କେଜେ ଇସ୍ପାତ ଲିମିଟେଡ୍‍ ଓ ୟାଜ୍‍ଦାନୀ ଷ୍ଟିଲ୍‍ ଆଣ୍ଡ ପାୱାର ରହିଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ରିଲାଏବୁଲ୍‍ ସ୍ପଞ୍ଜ୍‍, ବସୁନ୍ଧରା ମେଟାଲିକ୍‍, ଜୟ ଆଇରନ୍‍ ଆଣ୍ଡ ଷ୍ଟିଲ୍‍, ରାଉରକେଲାର ସେଲ୍‍ କାରଖାନା ରହିଛି । ତେବେ ବନ୍ଦ ନୋଟିସ୍‍ ପାଇଥିବା କାରଖାନା ମଧ୍ୟରେ ସମ୍ବଲପୁରଠାରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‍, ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସ୍ପଞ୍ଜ୍‍ ଓ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ଏବଂ କେନ୍ଦୁଝର ଜିଲ୍ଲାର ଗ୍ରେୱାଲ ଆସୋସିଏଟ୍ସ ରହିଛି ।

ସେହିଭଳି ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଥିବା ଏସାର ଷ୍ଟିଲ୍‍ ଇଣ୍ଡିଆ ଲିମିଟେଡର ପେଲେଟ୍‍ କାରଖାନାକୁ ପ୍ରଦୂଷଣ ଅଧିକ ରହିଥିବା ଅଭିଯୋଗରେ ନିର୍ଦ୍ଦେଶନାମା ଜାରି ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020