୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ସରକାର କିଣିବେ ଏମ୍‍ଏସ୍‍ଏମ୍‍ଇ ସାମଗ୍ରୀ

ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଠାରୁ ଅଗ୍ରାଧିକାର ଭିତ୍ତିରେ ସାମଗ୍ରୀ କିଣିବେ । ଏହାଦ୍ୱାରା ଆୟ ବୃଦ୍ଧି ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଆଜି ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯାହାକି ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ବଡ ଧରଣର ସହାୟତା ଯୋଗାଇଦେବ ବୋଲି ଉଦ୍ୟୋଗୀ ଓ ସରକାରୀ ଅଧିକାରୀମାନେ ବିଚାରୁଛନ୍ତି । କୋଭିଡ ମହାମାରୀ ସମୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାର ଏବେ ଏମ୍‍ଏସ୍‍ଇ ଓ ଷ୍ଟାର୍ଟପଗୁଡିକର ସହାୟତା ଲାଗି ଆଗେଇ ଆସିଛନ୍ତି ।

ରାଜ୍ୟ ସରକାର କୌଣସି ବ୍ୟବସାୟୀଙ୍କ ଠାରୁ ସାମଗ୍ରୀ ଖରିଦ ସମୟରେ ସମ୍ପୃକ୍ତ ବ୍ୟବସାୟୀମାନେ ଯେଭଳି ମେକ୍‍ ଇନ୍‍ ଓଡିଶା ଯୋଜନାରେ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦିତ ସାମଗ୍ରୀ ଖରିଦ କରି ଯୋଗାଇବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସରକାରୀ ସାମଗ୍ରୀ ଖରିଦ ସମୟରେ ସ୍ଥାନୀୟ ଉତ୍ପାଦନକାରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଜାରି ପାଇଁ ଏମ୍‍ଏସ୍‍ଏମ୍‍ଇ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏଥିରେ ମେକ୍‍ ଇନ୍‍ ଓଡିଶା ସହିତ ମେକ୍‍ ଇନ୍‍ ଇଣ୍ଡିଆକୁ ଅଗ୍ରାଧିକାର ଦେବାପାଇଁ ଭାରତ ସରକାର ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି ।

ଓଡିଶା ଭିତରେ ଥିବା ଏମ୍‍ଏସ୍‍ଏମଇ ଉଦ୍ୟୋଗ ଓ ଷ୍ଟାର୍ଟପଗୁଡିକରୁ ଉତ୍ପାଦିତ ସାମଗ୍ରୀର ତାଲିକା ପ୍ରସ୍ତୁତ ସହିତ ସେଗୁଡିକ ଖରିଦ ପାଇଁ ବାଧ୍ୟତାମୂଳକ ହେବ । ଏମ୍‍ଏସ୍‍ଏମ୍‍ଇ ବିଭାଗ ବିଭିନ୍ନ ସମୟରେ ଛୋଟ ଛୋଟ ଉଦ୍ୟୋଗ ଲାଗି ଏମ୍‍ଏସ୍‍ଏମ୍‍ଇ ଡେଭଲପମେଣ୍ଟ ପଲିସୀ ଏବଂ ଓଡିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସୀ ଆଧାରରେ ସମୟ ସମୟରେ ନିର୍ଦ୍ଦେଶନାମା ଜାରି କରିବେ । କେନ୍ଦ୍ର ସରକାରଙ୍କ ଜିଇଏମ୍‍ ତାଲିକା ବାହାରେ ଥିବା କୌଣସି ଭଲ ସାମଗ୍ରୀ ଯଦି ସ୍ଥାନୀୟ ଉଦ୍ୟୋଗୀମାନଙ୍କ ନିକଟରେ ଉପଲବ୍ଧ ହେବ ତେବେ ତାହା ଖରିଦ ଲାଗି ସେମାନଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ କାରଣ ଦର୍ଶାଇ ଅନୁମତି ଆଣିବାକୁ ପଡିବ ।

ରାଜ୍ୟ ରପ୍ତାନି ପ୍ରୋତ୍ସାହନ ଏବଂ ବଜାର ନିର୍ଦ୍ଦେଶାଳୟ (ଇପିଏମ୍‍) ପକ୍ଷରୁ ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗ ଏବଂ ଷ୍ଟାର୍ଟପ ଗୁଡିକ ସହିତ ରାଜିନାମାରେ ହସ୍ତକ୍ଷେପ କରାଯିବା ସହିତ ରାଜ୍ୟ ସରକାର, ବିଭିନ୍ନ ସଂସ୍ଥା, ରାଷ୍ଟ୍ରାୟତ ସଂସ୍ଥା ଗୁଡିକ କେଉଁ କେଉଁ ସାମଗ୍ରୀ ସେମାନଙ୍କ ଠାରୁ କିଣିବେ ସେ ନେଇ ବିଜ୍ଞପ୍ତି ଜାରି କରିବେ ।

ରାଜ୍ୟ ସରକାର ଏ କ୍ଷେତ୍ରରେ ପୂର୍ବର କାରବାର ଓ ଅଭିଜ୍ଞତା ନିୟମକୁ କୋହଳ କରିବେ । ସ୍ଥାନୀୟ ଏମ୍‍ଏସ୍‍ଇ ଗୁଡିକ ପ୍ରତି ଏଥିରେ କୋହଳ କରାଯିବ କିମ୍ବା ଏହାକୁ ଉଠାଇ ଦିଆଯାଇପାରେ । ତେବେ ଖରିଦ କରାଯାଉଥିବା ସାମଗ୍ରୀର ମାନ ଓ ଗୁଣ ଦୃଷ୍ଟିରୁ ମୋଟ୍‍ ସାମଗ୍ରୀ ମୂଲ୍ୟର ୫ରୁ ୧୦ ପ୍ରତିଶତ ସିକ୍ୟୁରିଟି ଅର୍ଥ ଆକାରରେ ରଖାଯିବ ଏବଂ ପରବର୍ତ୍ତୀ ସମୟରେ ତାହା ଯୋଗାଣକାରୀଙ୍କୁ ମିଳିବ । ସ୍ଥାନୀୟ ଏମ୍‍ଏସ୍‍ଇ ଓ ଷ୍ଟାର୍ଟପଗୁଡିକରୁ କିଭଳି ଅଧିକ ସାମଗ୍ରୀ ଖରିଦ କରାଯାଇ ପାରିବ ସେ ନେଇ ଖୁବ୍‍ଶୀଘ୍ର ସୁବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହେବବୋଲି ସୂଚନା ମିଳିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020