୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ମହୁଲି ମଦରେ ମିଶୁଛି ଭେଣ୍ଡି ଓ ନିମ୍ବ ପତ୍ର

ସରକାରୀ ଲାଇସେନ୍ସ ପ୍ରାପ୍ତ ମହୁଲି ମଦରେ ଭେଣ୍ଡି, ନିମ୍ବ ପତ୍ର, ସହଜ ପତ୍ର, ବାଖର ଓ ଗୁଡ଼ ଆଦି ମିଶା ଯାଉଛି । ମହୁଲରୁ ପ୍ରସ୍ତୁତ ମଦରେ ଗୁଡ଼ି ମିଶାଇବାକୁ ବାରଣ କରାଯାଇଥିଲେ ମଧ୍ୟ ମଦ ପ୍ରସ୍ତୁତକାରୀମାନେ ଏହିସବୁ ସାମଗ୍ରୀ ମିଶାଉଛନ୍ତି ।

ମହୁଲି ମଦର ଏଭଳି ଅପମିଶ୍ରଣ ସଂକ୍ରାନ୍ତରେ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଲାଇସେନ୍ସଧାରୀମାନ ମହୁଲି ମଦ ତିଆରି ସମୟରେ ମହୁଲ ଫୁଲ ବଦଳରେ ଅନ୍ୟ ପଦାର୍ଥ ମିଶାଇଲେ ଆଇନ୍‍ ଅନୁଯାୟୀ ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ କରାଯିବ । ଏପରିକି ଲାଇସେନ୍ସଧାରୀମାନଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ ।

ରାଜ୍ୟର ୮ଟି ଜିଲ୍ଲାରେ ଥିବା ୮୩ଟି ମହୁଲି ମଦ ଦୋକାନରେ ଅଡିଟ୍‍ ବେଳେ ଅବକାରୀ ବିଭାଗ ଦେଖିବାକୁ ପାଇଛି ଯେ ୨୬ ଜଣ ଲାଇସେନ୍ସଧାରୀ ମହୁଲି ମଦ ତିଆରି ପାଇଁ ମହୁଲ ଫୁଲ ପଚେଇବା ସମୟରେ ସେଥିରେ ଗୁଡ଼ ମିଶାଉଛନ୍ତି । କେନ୍ଦୁଝର ବ୍ୟତୀତ ଅନ୍ୟ ୭ଟି ଅବକାରୀ ଅଧିକ୍ଷକଙ୍କ ଅଧୀନରେ ଥିବା ୪୦ ଜଣ ମହୁଲ ମଦ ବ୍ୟବସାୟୀ ମଦ ତିଆରି ସମୟରେ ନିମ୍ବ, ସହଜ, ବାଖର ଓ ଭେଣ୍ଡି ପତ୍ର ଆଦି ମିଶାଉଛନ୍ତି । ତେବେ ଅବକାରୀ ଅଧିକ୍ଷକମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କଠୋର ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

୨୦୧୫-୧୬ରୁ ୨୦୧୭-୧୮ ମସିହା ମଧ୍ୟରେ ୫ ଜଣ ଲାଇସେନ୍ସଧାରୀଙ୍କ ବିରୋଧରେ ୬ଟି ଗମ୍ଭୀର ଅନିୟମିତତା ବିବରଣୀ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନର ଅଭାବ ଦେଖାଦେଇଛି । ମହୁଲି ମଦରେ ଗୁଡ଼ ମିଶାଇବା ଅପରାଧରେ ୨୬ ଜଣ ଲାଇସେନ୍ସଧାରୀ ୫୦ ହଜାର ଟଙ୍କା କରି ଜରିମାନା ବାବଦରେ ୧୩ ଲକ୍ଷ ଟଙ୍କା ତଣ୍ଡ ଦେଇନଥିବା ବେଳେ ଭେଣ୍ଡି ଓ ନିମ୍ବ ପତ୍ର ଆଦି ମିଶାଇବା ଅଭିଯୋଗରେ ୪୦ ଜଣ ୨୦ ଲକ୍ଷ ଟଙ୍କାର ଜରିମାନା ବି ଦେଇନଥିଲେ । ଏହିସବୁ ଘଟଣାରେ ଅବକାରୀ ଅଧିକ୍ଷକମାନେ ଜରିମାନା ଲଗାଇବାରେ ବିଫଳ ହୋଇଥିବା ସିଏଜି ଦର୍ଶାଇଛନ୍ତି ।

ସେହିଭଳି ମହୁଲି ମଦର ଦର ଧାର୍ଯ୍ୟ ବି ସରକାର କରିନଥିବା ସିଏଜି ଅଡିଟ୍‍ରୁ ଜଣାପଡ଼ିଛି । ମହୁଲି ମଦ ପଲିଥିନ୍‍ ପ୍ୟାକେଟ୍‍ର ଯାଞ୍ଚ ସମୟରେ ଦେଖାଗଲା ଯେ ୮୩ ଜଣ ଲାଇସେନ୍ସଧାରୀଙ୍କ ମଧ୍ୟରୁ ୧୬ ଜଣ ପ୍ୟାକେଟ୍‍ ଉପରେ ବିକ୍ରି ମୂଲ୍ୟ ଲେଖିଥିଲେ । ଅନ୍ୟମାନେ ଦର ଉଲ୍ଲେଖ କରିନଥିବାରୁ ମହୁଲି ମଦ ବିକ୍ରୟ ଦରରେ ସମାନତା ନ ଥିଲା । ଏପରିକି ସମାନ ମହୁଲି ମଦ ଥିବା ପ୍ୟାକେଟ୍‍ରେ ୧୬ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଦର ଉଲ୍ଲେଖ ଥିଲା । ନିର୍ଦ୍ଦିଷ୍ଟ ଭାବେ ଦର ଉଲ୍ଲେଖ ନ ଥିବାରୁ ଗରିବ ଶ୍ରେଣୀର ମଦୁଆମାନେ ପ୍ରଭାବିତ ହେବା ସହିତ ମଦ ବ୍ୟବସାୟୀମାନଙ୍କ ଖିଆଲର ଶିକାର ହୋଇଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020