୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ରାଜଧାନୀରେ ସଂକ୍ରମଣ ନିମ୍ନମୁଖି

ରାଜଧାନୀରେ ସଂକ୍ରମଣ ନିମ୍ନମୁଖି ହେବା ସହିତ ଏହାର ପ୍ରଭାବ କମିବାରେ ଲାଗିଛି । ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ସମୁଦାୟ ୪୦୫ ଗୋଟି ଆଇସିୟୁ ମଧ୍ୟରୁ ଆଜି ଦିନରେ ୧୦୦ ଗୋଟି ଖାଲି ଅଛି ବୋଲି କହିଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତମାନ ଭୁବନେଶ୍ୱରରେ ଆଉ ୨ ଗୋଟି ଶ୍ମଶାନର ନିର୍ମାଣ କରାଯାଉଛି ଯାହାର ଯୋଜନା ବହୁ ପୂର୍ବରୁ ହୋଇଛି । ଆଧୁନିକ ଶବଦାହ ବ୍ୟବସ୍ଥା ମଧ୍ୟ ସ୍ମାର୍ଟ୍ ସିଟିର ଏକ ଆବଶ୍ୟକତା ଏବଂ ସହରୀ ପ୍ରଶାସନଭାବେ ଆମକୁ ଏହି କାର୍ଯ୍ୟ କରିବାକୁ ଡେବ ଏବଂ ଏଦିଗରେ ଉନ୍ନତି ଆଣିବାକୁ ହେବ ।

ରାଜଧାନୀରେ ସେରୋ ସର୍ଭେଲାନ୍ସର ବିବରଣୀ ଅନୁକୂଳ ହେବ ଏବଂ ଏହାର ଫଳାଫଳ ୭ ଦିନ ମଧ୍ୟରେ ଜଣାପଡ଼ିବ । ତେବେ ସେରୋ ସର୍ଭେଲାନସ୍ ଏକ ପ୍ରକ୍ରାର ନିରନ୍ତର ପ୍ରକ୍ରିୟା, ଯାହା ଆବଶ୍ୟକତା ଅନୁସାରେ କରାଯାଇଥାଏ ।

ମୃତ୍ୟୁ ସଂକ୍ରାନ୍ତରେ ଅଡିଟ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହା ରହିଥିବା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଅନୁସାରେ ହେବ, ଏଥିପାଇଁ ତିନୋଟି ଟିମ୍ ହେବ, ଆମର ଏଠାରେ ମଧ୍ୟ ଭଲ ଗରୋଇ ହସପିଟାଲ୍ ରହିଛନ୍ତି, ସେମାନେ ମଧ୍ୟ ଏଥିରେ ସହଯୋଗ କରିବେ ।

ଡିସ୍ଚାର୍ଜ୍ ସାର୍ଟିଫିକେଟ୍ ଆର୍ ଆର୍ ଟି କିମ୍ବା ଜେଡିସିଙ୍କ ଠାରୁ ମିଳିପାରିବ । ସାଇକଲ୍ ଏନଫୋର୍ସମେଣ୍ଟ ଆବଶ୍ୟକତା ଅନୁସାରେ ଚାଲୁ ରହିବ । ଭୁବନେଶ୍ୱରରେ ଆବଶ୍ୟକ ମୁତାବକ କରୋନା ପରୀକ୍ଷା ହେଉଥିବାବେଳେ ଏହା କମ୍‍ କରାଯାଇ ନାହିଁ ।

ଆସନ୍ତା ପୂଜାରେ ସତର୍କତା ଅବଲମ୍ବନ ଏକାନ୍ତ ଜରୁରୀ , ଯାହା ସଂକ୍ରମଣ ପ୍ରତିରୋଧରେ ସହାୟକ ହେବ । ସଂକ୍ରମଣ କମିଗଲା କହି ଏହାକୁ ହାଲକାଭାବେ ନେବା ଅନୁଚିତ, ଏହି ସଚେତନତା ବି ଏମ୍ ସି କରୁଛି, କିନ୍ତୁ ପୂଜା ଅବସରରେ ଗଣମାଧ୍ୟମରୁ ସମାନ ସୂଚନା ନାଗରିକ ମାନଙ୍କୁ ଜଣାଯାଇପାରିଲେ ସୁଫଳ ମିଳିପାରିବ ବୋଲି ଅପୁରୋଧ କରିଛନ୍ତି କମିଶନର । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020