୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ବିଚାର ପ୍ରତୀକ୍ଷାରେ ସାଢ଼େ ୧୩ ଲକ୍ଷ ମାମଲା

ଓଡ଼ିଶାରେ ଆଜି ସୁଦ୍ଧା ବିଭିନ୍ନ ଆଇନ୍‍ ଅଦାଲତରେ ସାଢ଼େ ୧୩ ଲକ୍ଷରୁ ଊଦ୍ଧ୍ୱର୍ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ ଅପରାଧିକ ମାମଲାର ସଂଖ୍ୟା ହେଉଛି ୧୦ଲକ୍ଷ ୭୫ହଜାରରୁ ଅଧିକ । ଏହି ତଥ୍ୟ ହେଉଛି ନ୍ୟାସନାଲ ଜୁଡ଼ିସିଆଲ ଡାଟା ଗ୍ରୀଡ୍‍ର ।

ଡାଟା ଗ୍ରୀଡ୍‍ର ହିସାବ ଅନୁଯାୟୀ ଚଳିତ ଅକ୍ଟୋବର ୧୬ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍‍ ୧୩,୫୧,୨୪୦ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିମଧ୍ୟରୁ ୧୦,୭୫,୫୯୮ଟି ହେଉଛି ଅପରାଧିକ ମାମଲା । ଗତ ୮ ତାରିଖ ବେଳକୁ ରାଜ୍ୟର ଆଇନ୍‍ ଅଦାଲତଗୁଡ଼ିକରେ ମୋଟ୍‍ ୧୩,୪୬,୨୧୦ ମାମଲା ବିଚାରାଧୀନ ଥିବା ବେଳେ ସେଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା ଥିଲା ୧୦,୭୧,୬୯୮ ।

ଅର୍ଥାତ୍‍ ଏହି ୮ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ମାମଲା ସଂଖ୍ୟା ୫୦୩୦ ବଢ଼ିଥିବା ବେଳେ ଏଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା ପ୍ରାୟ ୩୯୦୦ । ଏହି ହିସାବ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ୮ ଦିନ ମଧ୍ୟରେ ଓଡ଼ିଶାରେ ଦୈନିକ ହାରାହାରି ୬୨୮ଟି ମାମଲା ଅଦାଲତକୁ ଆସୁଥିବା ବେଳେ ଏଥିମଧ୍ୟରୁ ଅପରାଧିକ ମାମଲାର ସଂଖ୍ୟା ୪୮୭ ।

ଅନ୍ୟପକ୍ଷରେ ଜାତୀୟ ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଆଜି ସୁଦ୍ଧା ଦେଶର ବିଭିନ୍ନ ଆଇନ୍‍ ଅଦାଲତରେ ମୋଟ୍‍ ୩,୫୨,୪୭,୪୯୮ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା ହେଉଛି ୨,୫୫,୯୫,୮୭୨ । ଚଳିତ ମାସ ୮ ତାରିଖ ସୁଦ୍ଧା ଦେଶର ଆଇନ୍‍ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲା ସଂଖ୍ୟା ଥିଲା ୩,୫୦,୦୦,୮୬୨ । ଏଥିରୁ ଅପରାଧିକ ମାମଲା ସଂଖ୍ୟା ଥିଲା ୨,୫୪,୧୪,୮୮୮ ।

ଏହି ୮ ଦିନ ଭିତରେ ଆଇନ୍‍ ଅଦାଲତଗୁଡ଼ିକ ଯେତେ ମାମଲା ଫଇସଲା କଲେ ବି ମୋଟ୍‍ ମାମଲା ସଂଖ୍ୟାରେ ୨,୪୬,୬୩୬ ଅଭିବୃଦ୍ଧି ହୋଇଥିବା ବେଳେ ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲା ସଂଖ୍ୟା ବଢ଼ିଛି ୧,୮୦,୯୮୪ । ମୋଟାମୋଟି ଭାବେ ଏହି ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଦେଶରେ ଆଇନ୍‍ ଅଦାଲତଗୁଡ଼ିକରେ ଏହି ୮ ଦିନ ମଧ୍ୟରେ ମାମଲା ଫଇସଲା ସତ୍ତେ୍ୱ ଦିନକୁ ହାରାହାରି ୩୦,୮୨୯ ମକଦ୍ଦମା ବଢ଼ୁଛି । ଏ କ୍ଷେତ୍ରରେ ଅପରାଧିକ ମାମଲାର ଦୈନିକ ହାରାହାରି ଅଭିବୃଦ୍ଧି ୨୨,୬୨୩ ରହୁଛି ।

ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସମେତ ପ୍ରାୟ ସବୁ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ମାମଲା ନୀତି ୯ ବର୍ଷ ତଳୁ ପ୍ରଣୟନ କରିଛନ୍ତି । ଏହି ନୀତି ଅନୁଯାୟୀ ୫ ବର୍ଷ ମଧ୍ୟରେ ୫ ବର୍ଷ ତଳର ପୁରୁଣା ମାମଲା ସବୁ ସଫା ହୋଇଯିବା କଥା । କିନ୍ତୁ ଏବେ ଦେଶରେ ୨୨ ଲକ୍ଷରୁ ଅଧିକ ଅପରାଧିକ ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ସଢ଼ୁଥିବା ବେଳେ ଓଡ଼ିଶାରେ ବି ଏହିଭଳି ପ୍ରାୟ ୧ଲକ୍ଷ ୭୨ହଜାର ଅପରାଧିକ ମାମଲା ଗଡ଼ୁଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020