ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଭର୍ଚୁଆଲ ମୋଡରେ ହେବ ଉଦ୍‍ଯାପନୀ

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉଦ୍‍ଯାପନ ଉତ୍ସବ ପାଇଁ କୌଣସି ସଭା ସମିତି କିମ୍ବା ଜନସମାବେଶ ହେବନାହିଁ । କରୋନା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଭର୍ଚୁଆଲ ମୋଡରେ ସମ୍ପନ୍ନ କରିବେ ।

ଗାନ୍ଧୀ-୧୫୦ କ।।ର୍ଯ୍ୟକ୍ରମ ପାଇଁ ଜାତୀୟ ସ୍ତରରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ହୋଇଥିବାବେଳେ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନ୍ୟଏକ କମିଟି ରହିଛି । ୨୦୧୮ ମସିହାରୁ ଏଥିଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିଲା । ତେବେ ୨୦୧୯ର ସାଧାରଣ ର୍ନିବାଚନ କଟକଣା ଏବଂ ୨୦୨୦ ରେ କରୋନା ଯନ୍ତ୍ରଣା ଯୋଗୁଁ ଗାନ୍ଧୀ-୧୫୦ର ଅନେକ କାର୍ଯ୍ୟକ୍ରମ ଅଟକି ରହିଛି ।

ଇତି ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଅବିସ୍ମରଣୀୟ କରି ରଖିବାଲାଗି ସଂସ୍କୃତି ବିଭାଗ ୬ଟି ପୁସ୍ତକ ସଙ୍କଳନ କରିସାରିଥିବାବେଳେ ଆସନ୍ତା ଅକ୍ଟୋବର ୨ ତାରିଖରେ ଅନ୍ୟଏକ ପୁସ୍ତକ ଲୋକାର୍ପିତ ହେବାକୁ ଯାଉଛି । ଏହାଛଡା କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକୀ ଟ୍ରଷ୍ଟର ଓଡିଶା ଶାଖା, କସ୍ତୁରବା ନାରୀ ମହଲ, ଗାନ୍ଧୀ ସ୍ମାରକ ନିଧି ଆଦି କେତେକ ସଂସ୍ଥା ମାଧ୍ୟମରେ ରାଜ୍ୟ ସରକାର ଗାନ୍ଧୀ ସାହିତ୍ୟର ପ୍ରଚାର ପ୍ରସାର କରାଇଛନ୍ତି ।

ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନର ପାମ୍‍କୋର୍ଟରେ ତାମ୍ର ଖୋଦିତ ଗାନ୍ଧୀଜୀଙ୍କ ତାରକମନ୍ତ୍ରର ଫଳକ ବସାଯାଇଛି ଏବଂ ବିଭିନ୍ନ ଜିଲ୍ଲାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି, ପ୍ରତିକୃତି ସ୍ଥାପନ ସହିତ କେତେକ ରାସ୍ତା ଓ ଭବନକୁ ମଧ୍ୟ ଜାତିର ଜନକଙ୍କ ନାମରେ ନାମିତ କରାଯାଇଛି । ଏହାଛଡା ସ୍କୁଲ କଲେଜର ପିଲାମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଜୀବନାଦର୍ଶର ପ୍ରଚାର ପ୍ରସାର ସହ ରାଜ୍ୟସ୍ତରୀୟ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ମଧ୍ୟ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମମାନ ହୋଇଛି ।

ତେବେ ୧୯୩୪ ମଇ ମାସରେ ଓଡିଶାରେ ଗାନ୍ଧୀଜୀଙ୍କ ଅବିସ୍ମରଣୀୟ ପଦଯାତ୍ରାର ସ୍ମାରକୀ ଯାତ୍ରା କରିବାଲାଗି ଯେଉଁ ପ୍ରସ୍ତାବ ଥିଲା ତାହା କରୋନା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ତାଙ୍କ ପ୍ରଥମ ଓଡିଶା ଗସ୍ତର ସ୍ମାରକୀ ଫଳକ କଟକର କାଠଯୋଡି ନଦୀ ତୀରରେ ସ୍ଥାପନ ଲାଗି ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଏଯାବତ୍‍ ଉନ୍ମୋଚନ ହୋଇପାରିନାହିଁ । ଏହାଛଡା ରାଜ୍ୟ ସରକାର ମଧ୍ୟ ଆଉ କେତେଗୁଡିଏ କାର୍ଯ୍ୟକ୍ରମ ଏହି ଅବସରରେ ହାତକୁ ନେଇଛନ୍ତି ।

ଗାନ୍ଧୀ-୧୫୦ କାର୍ଯ୍ୟକ୍ରମର ଉଦ୍‍ଘାଟନ ଉତ୍ସବରେ ଘୋଷଣା କରାଯାଇଥିବା କସ୍ତୁରବା ଗାନ୍ଧୀ ଆଦର୍ଶ ଗ୍ରାମପଞ୍ଚାୟତ ଲାଗି ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ପଞ୍ଚାୟତ ଘୋଷଣା କରିବାକୁ କୁହାଯାଇଥିଲା । ତେବେ ଏଯାବତ୍‍ ପଞ୍ଚାୟତିରାଜ ବିଭାଗ ଏହି କାର୍ଯ୍ୟକ୍ରମ ଆରମ୍ଭ କରିପାରି ନାହାନ୍ତି । ଏହି କାର୍ଯ୍ୟକ୍ରମ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଆଧାରରେ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବା ସହ ଲୋକଙ୍କୁ ସ୍ୱାଭିମାନୀ ଓ ସ୍ୱାବଲମ୍ବି କରିବା ସହିତ ନିଶା ଓ ମାମଲାରୁ ଦୂରରେ ରଖିବ ବୋଲି ଆଶା କରାଯାଉଥିଲା । ତେବେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ପ୍ରତି ଧ୍ୟାନ ଦିଆଯିବ ବୋଲି ସୂଚନା ମିଳିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020