ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଚିରା ନୋଟ୍‍ ବଦଳଉନି ସମବାୟ ବ୍ୟାଙ୍କ

ଚିରା ଫଟା ନୋଟ୍‍ ବଦଳାଇବା ପାଇଁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ କିନ୍ତୁ ଏହାକୁ ମାନୁନାହିଁ । ‘ଏଠାରେ ଚିରା ଫଟା ନୋଟ୍‍ ବଦଳାଯାଏ’ ବୋଲି ନୋଟିସ୍‍ ଝୁଲାଇଥିଲେ ବି ଲୋକଙ୍କୁ ସିଧାସଳଖ ଏଥିପାଇଁ ମନାକରି ଫେରାଇ ଦିଆଯାଉଛି ।

କରୋନା ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଖୋଦ୍‍ ସମବାୟ ବ୍ୟାଙ୍କର ରାଜଧାନୀରେ ଥିବା ମୁଖ୍ୟ ଶାଖାର ହିତାଧିକାରୀ । ଆଜି ଜଣେ ହିତାଧିକାରୀ ବ୍ୟାଙ୍କ ଏଟିଏମ୍‍ରୁ ଟଙ୍କା ଉଠାଇଲା ବେଳେ ତାଙ୍କର ଗୋଟିଏ ଚିରି ଯାଇଥିବା ୨ହଜାର ଟଙ୍କିଆ ନୋଟ୍‍ ବାହାରିଥିଲା । ଏହି ଟଙ୍କାଟି ଗୋଟିଏ ପଟରୁ ଚିରିଥିବା ବେଳେ ସେଥିରେ ଜରି ମରାଯାଇଥିଲା ।

ଜରି ଲଗା ଯାଇଥିବା ନୋଟ୍‍କୁ ବଜାରରେ କେହି ଗ୍ରହଣ କରୁନଥିବାରୁ ଗ୍ରାହକ ଜଣକ ତୁରନ୍ତ ଏହାକୁ ବଦଳାଇବା ଲାଗି ବ୍ୟାଙ୍କ ଶାଖାକୁ ଯାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହି ଟଙ୍କାଟି ସେମାନଙ୍କ ଏଟିଏମରୁ ବାହାରିଛି ବୋଲି ସୂଚନା ଦେବା ସହିତ ଏହାକୁ ବଦଳାଇବା ଲାଗି ଅନୁରୋଧ କରିଥିଲେ ।

ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଠାରେ ଚିରା ଫଟା ନୋଟ୍‍ ଆଉ ରଖାଯାଉ ନାହିଁ ବୋଲି କହିଥିଲେ । ତେବେ କାଉଣ୍ଟରରେ ଚିରା ଫଟା ନୋଟ୍‍ ବଦଳାଯିବା ନେଇ ନୋଟିସ ଝୁଲୁଥିବା ଗ୍ରାହକ ଜଣକ ବ୍ୟାଙ୍କ କର୍ମଚାରୀଙ୍କୁ ଦେଖାଇବା ସହିତ କାହିଁକି ଟଙ୍କା ବଦଳାଯାଇପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଗ୍ରାହକଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବା ବଦଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ନିରବ ରହିବା ସହିତ ଚିରି ଯାଇଥିବା ନୋଟ୍‍କୁ ନ ବଦଳାଇବା ଯୋଗୁ ଗ୍ରାହକ ଜଣ କନାମୁଣ୍ଡା ଆଉଁଷି ଫେରିଥିଲେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀରେ ଥିବା ପ୍ରାୟ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଚିରା ଫଟା ନୋଟ୍‍ ବଦଳାଉଥିବା ବେଳେ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ଆଚରଣ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ଏଟିଏମରୁ ବାହାରୁଥିବା ଚିରା ନୋଟ୍‍କୁ ବ୍ୟାଙ୍କ ଗ୍ରହଣ କରୁନଥିବା ବେଳେ ଏଥିରେ କିଭଳି ଚିରା ନୋଟ୍‍ ରହିଲା ବୋଲି ଗ୍ରାହକମାନେ ଏବେ ପ୍ରଶ୍ନ କରୁଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବ୍ୟାଙ୍କ ଏଟିଏମରେ ଚିରା ଫଟା ନୋଟ୍‍ ନ ରଖିବା ଲାଗି ସମସ୍ତ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020