କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ବିମାନ ଯାତ୍ରୀଙ୍କ ଏକକ କ୍ୱାରେଣ୍ଟାଇନ ବ୍ୟବସ୍ଥା କର

ବିମାନ ଯାତ୍ରୀମାନଙ୍କ ଲାଗି ବିଭିନ୍ନ ରାଜ୍ୟରେ ଅଲଗା ଅଲଗା କ୍ୱାରେଣ୍ଟାଇନ୍‍ ବ୍ୟବସ୍ଥା ଥିବାରୁ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକଟ କରିଛନ୍ତି । ତୁରନ୍ତ ସମସ୍ତ ରାଜ୍ୟ ସରକାର ଏକକ ବ୍ୟବସ୍ଥା ଲାଗୁ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କରୋନା ମହାମାରୀ ଯୋଗୁ ମଇ ୨୫ ତାରିଖରୁ ମାତ୍ର ଏକତୃତୀୟାଂଶ ବିମାନ ଚଳାଚଳ ଲାଗି ଅନୁମତି ମିଳିଥିବା ବେଳେ ଏବେ ତାହାକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଫଳରେ ସମଗ୍ର ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଘରୋଇ ବିମାନ ଯାତ୍ରୀମାନେ କେଉଁ ପରିସ୍ଥିତିରେ କିଭଳି କ୍ୱାରେଣ୍ଟାଇନ୍‍ରେ ରହିବେ ସେଥିଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ରହିଛି । ହେଲେ ରାଜ୍ୟ ସରକାରମାନେ ଏହାକୁ ଗ୍ରହଣ କରିବା ବଦଳରେ ନିଜ ନିଜ ରାଜ୍ୟରେ ଭିନ୍ନ ଭିନ୍ନ କ୍ୱାରେଣ୍ଟାଇନ୍‍ ନିୟମ ଲାଗୁ କରିଛନ୍ତି ।

ଏ ସଂକ୍ରାନ୍ତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥାମାନଙ୍କ ସହ ଏକାଧିକ ବାର ଆଲୋଚନା କରାଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଜାରି କରିଥିବା କ୍ୱାରେଣ୍ଟାଇନ୍‍ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ କୁହାଯାଇଛି । ତେବେ କେବଳ କର୍ଣ୍ଣାଟକ ସରକାର ତାଙ୍କର କ୍ୱାରେଣ୍ଟାଇନ୍‍ ଗାଇଡ୍‍ଲାଇନ୍‍ ସଂଶୋଧନ କରି ସ୍ୱରାଷ୍ଟ୍ର ମନ୍ତ୍ରାଳୟଙ୍କ ନିୟମ ଅନୁଯାୟୀ ଏହାକୁ ଲାଗୁ କରିଛନ୍ତି ।

କର୍ଣ୍ଣାଟକ ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁଯାୟୀ କରୋନା ଲକ୍ଷଣ ନଥିବା ବିମାନ ଯାତ୍ରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‍ରେ ରହିବା ପରିବର୍ତ୍ତେ ତୁରନ୍ତ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବାକୁ ଅନୁମତି ମିଳିବ । ତେବେ ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଯିବ ସେମାନେ ନିଜେ ଆଇସୋଲେସନ୍‍ରେ ରହିବା ସହିତ ଡାକ୍ତରୀ ସହାୟତା ନେବାକୁ କୁହାଯାଇଛି । ଏଥିଯୋଗୁ କର୍ଣ୍ଣାଟକକୁ ଆସୁଥିବା ଲକ୍ଷଣହୀନ ବିମାନ ଯାତ୍ରୀମାନେ ଆଉ ଅସୁବିଧାରେ ପଡ଼ୁନାହାନ୍ତି । କର୍ଣ୍ଣାଟକ ପଦକ୍ଷେପକୁ ଅନ୍ୟ ରାଜ୍ୟ ସରକାରମାନେ ଗ୍ରହଣ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡ଼ିଶା ସମେତ ବହୁ ରାଜ୍ୟରେ ଘରୋଇ ବିମାନ ଯାତ୍ରୀମାନଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନ୍‍ ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦରରେ ଯାତ୍ରୀମାନେ ପହଞ୍ଚିଲା କ୍ଷଣି ସେମାନଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଟେଲିଫୋନ୍‍ ନମ୍ବର ରଖାଯିବା ସହ ହାତରେ ଷ୍ଟାମ୍ପ ଲଗାଇ ଦିଆଯାଉଛି । ଏହାପରେ ଯାତ୍ରୀମାନେ କ୍ୱାରେଣ୍ଟାଇନ୍‍ରେ ରହୁଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଶାସନ ଫୋନ୍‍ କରି ବୁଝୁଛି । ଫଳରେ ଯେଉଁ ଯାତ୍ରୀମାନଙ୍କର ଆଦୌ କରୋନା ଲକ୍ଷଣ ନାହିଁ ସେମାନେ ପ୍ରଶାସନ ଭୟରେ କ୍ୱାରେଣ୍ଟାଇନ୍‍ରେ ରହିବା ସହ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020