ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ରଜାଘର କଥା ଉନ୍ମୋଚିତ

ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଗଡ଼ରେ ଥିବା ରାଜପ୍ରାସାଦର ଇତିହାସ ଓ ବର୍ତ୍ତମାନର କାହାଣୀ ସମ୍ବଳିତ 'ରଜାଘର କଥା' ପୁସ୍ତକ ମଙ୍ଗଳବାର ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି। ହରିହର ପଣ୍ଡାଙ୍କ ଲିଖିତ ଏ ପୁସ୍ତକକୁ ପ୍ରକାଶ କରିଛନ୍ତି ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ। କବି ତଥା ଚିନ୍ତକ ହରପ୍ରସାଦ ଦାସ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

ଆମର ଅଧିକାଂଶ ଇତିହାସ ୟୁରୋପୀୟ ଢାଞ୍ଚାରେ ଓ ୟୁରୋପୀୟମାନେ ଚାହୁଁଥିବା ପ୍ରକାରେ ଲେଖାଯାଇଛି ବୋଲି ହରପ୍ରସାଦ ଦାସ କହିଥିଲେ। ଆମ ଇତିହାସର ପୁନର୍ଲିଖନ ଆବଶ୍ୟକ ଅଛି ବୋଲି ସେ ମତ ଦେଇଥିବା ବେଳେ ସାଧାରଣ ଜନତାର ଇତିହାସ ବା ଲୋକ ଇତିହାସ ଲେଖାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ଓଡ଼ିଶା ପରୀପ୍ରେକ୍ଷୀରେ ଆମର ଇତିହାସକାରମାନେ ପ୍ରମାଣ ଓ ତଥ୍ୟ ପଛରେ ପଡ଼ି ଲୋକମୁଖର କଥାକୁ ଅଣଦେଖା କରିଛନ୍ତି ଏବଂ ଆଞ୍ଚଳିକ ଇତିହାସକୁ ଆଦୌ ଗୁରୁତ୍ବ ଦେଇନାହାନ୍ତି।

ଯେକୌଣସି ଇତିହାସ ରଚନା ବେଳେ ଆମେ ଓଡ଼ିଆ ନାୟକମାନଙ୍କୁ ନ୍ୟୁନ କରି ଇତିହାସରେ ଉପସ୍ଥାପନା କରିଛେ ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟ ରାଜ୍ୟମାନଙ୍କରେ ଗୁରୁତ୍ବହୀନ ଓ ଗୌଣ ଚରିତ୍ରମାନଙ୍କୁ ଇତିହାସର ଆବରଣରେ ଅନେକ ମିଛ ଉପାଦାନ ଯୋଡ଼ି ମହିମାମଣ୍ଡିତ କରାଯାଇଥିବା ବେଳେ ଆମ ରାଜ୍ୟରେ ଅସଲ ନାୟକମାନଙ୍କୁ ବି ନ୍ୟୁନ କରି ଦେଖାଯାଇଛି ବୋଲି ହରପ୍ରସାଦ ଦାସ କ୍ଷୋଭପ୍ରକାଶ କରିଥିଲେ। ହରିହର ପଣ୍ଡାଙ୍କର ଏ ପ୍ରୟାସକୁ ଶ୍ରୀ ଦାସ ପ୍ରଶଂସା କରିବା ସହ ବହିଟି ଗୋଟିଏ ରାହାରେ ପଢ଼ିହେଇଯାଏ ବୋଲି କହିଥିଲେ।

ଗଡ଼ଜାତ ଇତିହାସ ଉପରେ ବିଶେଷ ଗବେଷଣା କରୁଥିବା ଶ୍ରୀ ଦାଶ ବେନହୁର 'ରଜାଘର କଥା' ଏକ ଦ୍ବାର ଖୋଲିଦେଲା ବୋଲି ମତ ଦେଇଥିଲେ। ସ୍ବାଧୀନତା ପୂର୍ବ ସମୟର ରଜାଘର ଦେଖିଥିବା ଓ ସେ କାହାଣୀ ଜାଣିଥିବା ବ୍ୟକ୍ତିମାନେ କ୍ରମଶଃ ଅପସରି ଯାଉଥିବାରୁ ଏଭଳି ପ୍ରୟାସ ଜରୁରୀ ବୋଲି ସେ କହିଥିଲେ। ଓଡ଼ିଶାରେ ଗଡ଼ଜାତଗୁଡ଼ିକ ସାଂସ୍କୃତିକ ପ୍ରାଣକେନ୍ଦ୍ର ଥିଲା କଳା-ସାହିତ୍ୟ-ସଂସ୍କୃତିର ପୃଷ୍ଟପୋଷକତା କରୁଥିଲା। ଗଡ଼ଜାତକୁ ନେଇ ଇଂରେଜ ଶାସନ ସମୟରେ ଯଦିଓ ବହୁ ପ୍ରଜାପୀଡ଼ନର କାହାଣୀ ଶୁଣିବାକୁ ମିଳେ, ଇହରେଜ ଆସିବା ପୂର୍ବରୁ ରାଜା-ପ୍ରଜା ସମ୍ପର୍କ ବେଶ୍‌ ମଧୁର ଥିଲା ବୋଲି ଶ୍ରୀ ବେନହୁର କହିଥିଲେ। କେବଳ ରଜା ନୁହନ୍ତି, ଗଡ଼ଜାତ ରାଜ୍ୟମାନଙ୍କରେ ଅନ୍ୟାନ୍ୟ ବହୁ ଚରିତ୍ରଙ୍କ ବାବଦରେ ଲେଖିବାର ଆବଶ୍ୟକ ରହିଛି ବୋଲି ସେ ପରାମର୍ଶ ଦେଇଥିଲେ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020