କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ଦର୍ପଣ ପୋର୍ଟାଲରେ ପଞ୍ଜିକୃତ ନହେଲେ ଟଙ୍କା ନାହିଁ

ନୀତି ଆୟୋଗଙ୍କ ‘ଦର୍ପଣ’ ପୋର୍ଟାଲରେ ନିଜକୁ ଅର୍ନ୍ତଭୁକ୍ତ ନକଲେ ଏନ୍‍ଜିଓମାନଙ୍କୁ ଆଉ ଟଙ୍କାଟିଏ ମିଳିବ ନାହିଁ । ଆୟୋଗଙ୍କ ପକ୍ଷରୁ ଏଥିପାଇଁ ଗୋଟିଏ ମାସ ସମୟ ଦିଆଯିବ ସହିତ ବିଭିନ୍ନ ସରକାରୀ ଯୋଜନାରୁ ଅର୍ଥ ନେଉଥିବା ଏନ୍‍ଜିଓଗୁଡିକ ଯେଭଳି ଏହି ସମୟ ମଧ୍ୟରେ ପୋର୍ଟାଲରେ ସାମିଲ ହେବେ ସେଥିପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ଦର୍ପଣ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିବାପାଇଁ ଏନ୍‍ଜିଓମାନଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ସେମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଦେଶରେ ଲକ୍ଷାଧିକ ଏନ୍‍ଜିଓ କାର୍ଯ୍ୟ କରୁଥିବାବେଳେ ଦର୍ପଣ ପୋର୍ଟାଲରେ ମାତ୍ର ୯୮,୨୭୫ଟି ସଂସ୍ଥା ନିଜକୁ ପଞ୍ଜିକୃତ କରିଛନ୍ତି । ଏନ୍‍ଜିଓମାନଙ୍କୁ ଦର୍ପଣ ପୋର୍ଟାଲରେ ସାମିଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେବାପରେ ନୀତି ଆୟୋଗଙ୍କ ପକ୍ଷରୁ ଏବେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।

ଉଲ୍ଲେଖନୀୟ ଯେ ଏନ୍‍ଜିଓମାନେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରୁ ଅର୍ଥ ନେଇ ବିଭିନ୍ନ ପ୍ରକଳ୍ପ ଚଳାଇଥାନ୍ତି । ଅଧିକାଂଶ ପ୍ରକଳ୍ପ ରାଜ୍ୟ ସରକାରଙ୍କ ମାଧ୍ୟମରେ ହିଁ ପ୍ରଦାନ କରାଯାଇଥାଏ । ତେବେ ଦର୍ପଣ ପୋର୍ଟାଲରେ ସାମିଲ ହୋଇନଥିବା କିଛି ଏନ୍‍ଜିଓ ମଧ୍ୟ ଅର୍ଥ ନେବାରେ ସକ୍ଷମ ହେଉଛନ୍ତି । ହେଲେ ମାସକ ମଧ୍ୟରେ ଯଦି ଏମାନେ ନିଜକୁ ପଞ୍ଜିକୃତ ନକରିବେ ତେବେ ସରକାରୀ ଯୋଜନାରୁ ଆଉ ଟଙ୍କାଟିଏ ପାଇବେ ନାହିଁ ବୋଲି ନୀତି ଆୟୋଗ ସ୍ପଷ୍ଟ କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦର୍ପଣ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରୁଥିବା ଏନ୍‍ଜିଓମାନଙ୍କୁ ଏଣିକି ଗୋଟିଏ ୟୁନିକ୍‍ ଆଇଡି ନମ୍ବର ପ୍ରଦାନ କରାଯିବ । ଏହାକୁ ବ୍ୟବହାର କରି ସେମାନଙ୍କ ବିଭିନ୍ନ ପ୍ରକଳ୍ପ ଲାଗି ସରକାରଙ୍କୁ ଆବେଦନ କରିପାରିବେ । ଏନ୍‍ଜିଓମାନେ ପ୍ରକଳ୍ପ ଅର୍ଥକୁ କିଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଉପରେ ନଜର ରଖିବା ମଧ୍ୟ ଏହାଦ୍ୱାରା ସମ୍ଭବପର ହୋଇପାରିବ ।

ନୀତି ଆୟୋଗଙ୍କ ଦର୍ପଣ ପୋର୍ଟାଲରେ ଏନ୍‍ଜିଓମାନେ ନିଜକୁ ପଞ୍ଜିକୃତ କରିବେ ଏବଂ ଏଣିକି ସରକାରଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଅନ୍‍ଲାଇନ୍‍ ମାଧ୍ୟମରେ ହିଁ କରାଯିବ ବୋଲି କୁହାଯାଇଛି । ବିଶେଷକରି ପ୍ରକଳ୍ପ ପାଇଁ ଆବେଦନ କରିବା ଏବଂ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟ ସହିତ ଯୋଗାଯୋଗ କେବଳ ଅନ୍‍ଲାଇନ୍‍ ହିଁ ହେବ । ଏହାଦ୍ୱାରା କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରଦାନ କରୁଥିବା ଅର୍ଥ କିଭଳି ଭାବେ ବ୍ୟୟହେଉଛି ତାହା ସହଜରେ ଅବଗତ ହେବା ସହିତ ବିଭିନ୍ନ କାର୍ଯ୍ୟ ଉପରେ ନଜର ରଖିପାରିବେ ।

ରାଜ୍ୟ ସରକାରଙ୍କୁ ଏଭଳି ପତ୍ର ମିଳିଲାପରେ ଏବେ ରାଜ୍ୟରେ କାର୍ଯ୍ୟରତ ଏନ୍‍ଜିଓଗୁଡିକ ଲାଗି ଆୟୋଗଙ୍କ ଦର୍ପଣ ପୋର୍ଟାଲରେ ସାମିଲ ହେବା ବାଧ୍ୟତାମୂଳକ ହୋଇଛି । କାରଣ ଯଦି ପୂର୍ବଭଳି ସେମାନେ ଜାଣିଶୁଣି ଦର୍ପଣ ପୋର୍ଟାଲରୁ ଦୂରେଇ ରହିବେ ତେବେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଠାରୁ ଆଉ ଟଙ୍କାଟିଏ ପାଇବେ ନାହିଁ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020