କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ବାଘ ଓ ହାତୀ ପ୍ରକଳ୍ପ ପାଇଁ ୩୬କୋଟି

ବିଲୁପ୍ତ ପ୍ରାୟ ବାଘ ଓ ହାତୀଙ୍କ ସଂରକ୍ଷଣ ଲାଗି ଓଡିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୩୬କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେବା ସହିତ ଏହି ଆର୍ଥିକ ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧିନରେ ୨୦୧୯-୨୧ ବର୍ଷ ମଧ୍ୟରେ ବ୍ୟାଘ୍ର ପ୍ରକଳ୍ପ ଅଧିନରେ ଓଡିଶାକୁ ୨୬କୋଟି ୮୭ଲକ୍ଷରୁ ଅଧିକ ଟଙ୍କା ମିଳିଛି । ସେଥି ମଧ୍ୟରୁ ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଯଥାକ୍ରମେ ୧୧କୋଟି ୧୯ଲକ୍ଷ ଓ ୧୫କୋଟି ୬୮ଲକ୍ଷ ଟଙ୍କା ଦିଆଯାଇଛି । ମୋଦି ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବାଘମାନଙ୍କୁ ପ୍ରାକୃତିକ ବାସସ୍ଥାନରେ ରହିବାପାଇଁ ନିଶ୍ଚିତ କରିଛି ।

ଏହି ପ୍ରୟାସରେ ଓଡିଶାକୁ ହାତୀ ପ୍ରକଳ୍ପ ଅଧିନରେ ୨୦୧୯-୨୧ ମଧ୍ୟରେ କେନ୍ଦ୍ର ସରକାର ୯କୋଟି ୬୮ଲକ୍ଷରୁ ଅଧିକ ଟଙ୍କା ଦେଇଛନ୍ତି । ହାତୀଙ୍କ ସଂରକ୍ଷଣ ତଥା ସେମାନଙ୍କ ସୁରକ୍ଷା ଓ ହାତୀ ବାସସ୍ଥାନ ଏବଂ ଆଖପାଖରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ନିରନ୍ତର ଉଦ୍ୟମ ଭାରତରେ ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃରୁଦ୍ଧାର କରିବାରେ ସହାୟକ ହେବା ସହ ‘ସବୁଜ ଅର୍ଥନୀତି’ ପାଇଁ ମଧ୍ୟ ପଥପ୍ରଦର୍ଶକ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯଥା ଜଙ୍ଗଲ ବୃଦ୍ଧି, ବୃକ୍ଷରୋପଣ ସହାୟତା ରାଶି, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟିାଦି ପ୍ରଚେଷ୍ଟା ପରିବେଶ ସହଯୋଗୀ ଇକୋ-ସିଷ୍ଟମ ସୃ୍‍ଷ୍ଟି କରିବାରେ ସାହାଯ୍ୟ କରିବ ସହ ଆମ ଯୁବପୀଢି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020