କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ସର୍ବକାଳୀନ ସଂକ୍ରମଣ ରେକର୍ଡ


ରାଜ୍ୟରେ କରୋନା ପ୍ରବେଶ କରିବାର ଠିକ୍‍ ୬ ମାସ ପରେ ନୂଆ ରେକର୍ଡ କରିଛି । ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୧୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାକି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନାର ସର୍ବକାଳୀନ ସଂକ୍ରମଣ ରେକର୍ଡ ।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ରାଜଧାନୀରୁ ଚିହ୍ନଟ ହୋଇଥିଲେ । ଉକ୍ତ ସଂକ୍ରମିତ ଯୁବକ ଜଣକ ଇଟାଲୀ ଫେରନ୍ତା ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ହଜାରେ ଟପିବାକୁ ମାସେରୁ ଅଧିକ ସମୟ ଲାଗି ଯାଇଥିଲା ।

କିନ୍ତୁ ୬ ମାସରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡ଼ିବା ସହିତ ଗୋଟିଏ ଦିନରେ ଚାରିହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୬୭, ପୁରୀରୁ ୩୧୦, ବଲାଙ୍ଗୀରରୁ ୧୯୭, ସୁନ୍ଦରଗଡ଼ ୧୯୫, ଯାଜପୁରରୁ ୧୫୬, ରାୟଗଡ଼ାରୁ ୧୩୬, ମୟୂରଭଞ୍ଜରୁ ୧୩୩, ସମ୍ବଲପୁର ଓ ବାଲେଶ୍ୱରରୁ ୧୩୦କରି ଓ ନୂଆପଡ଼ାରୁ ୧୧୬ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ତାଲିକା ଦୁଇଅଙ୍କରେ ସୀମିତ ଥିବା ବେଳେ ସବୁଠାରୁ କମ୍‍ ମାତ୍ର ୧୪ ଜଣ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛି । ଆଜି ସୁଦ୍ଧା ରାଜ୍ୟରେ ୨୪,୭୨,୫୧୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୬.୨୭ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ମୁଣ୍ଡ ଗଡ଼ିବା ସହିତ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୬୩୭ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪ ଜଣ ଥିବା ବେଳେ ଭୁବନେଶ୍ୱର ଓ ବଲାଙ୍ଗୀରରୁ ୨ ଜଣକରି ଏବଂ କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୫,୦୦୫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୧୮,୬୪୨ ଜଣ ସୁସ୍ଥ ହୋଇ ଘରକୁ ଷଫରିଥିବା ବେଳେ ୩୫,୬୭୩ ଜଣ ଚିକିତ୍ସାଧୀନ ଅଛନ୍ତି ।

ତେବେ କରୋନା ସଂକ୍ରମଣ ତାଲିକାରେ ୨୬,୭୫୪ ସଂଖ୍ୟା ସହ ଖୋର୍ଦ୍ଧା ସବୁଠାରୁ ଆଗରେ ଥିବା ବେଳେ ଏହି ଜିଲ୍ଲାରେ ସର୍ବାଧିକ ୬୯୮୪ ସକ୍ରିୟ ରୋଗୀ ଅଛନ୍ତି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୧୬,୭୭୨ ଜଣ ବିଏମ୍‍ସି ଅଞ୍ଚଳର ବୋଲି ଦର୍ଶାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020