କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ତହସିଲଦାରଙ୍କୁ ଇଷ୍ଟେଟ୍‍ ଅଫିସର କ୍ଷମତା

ରାଜଧାନୀ ସମେତ ରାଜ୍ୟର ସହରାଞ୍ଚଳରେ ସରକାରୀ ଜମି ଜବରଦଖଲକାରୀଙ୍କୁ ତହସିଲଦାରମାନେ ମଧ୍ୟ ଉଚ୍ଛେଦ କରିପାରିବେ । ଏଥିଲାଗି ରାଜ୍ୟ ସରକାର ଆଇନାନୁଯାୟୀ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର ଭାବେ ଘୋଷଣା କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରଚଳିତ ଆଇନ୍‍ର ତ୍ରୁଟିପୂର୍ଣ୍ଣ ତର୍ଜମା କରାଯାଇ କେବଳ ଇଷ୍ଟେଟ୍‍ ଅଫିସରମାନେ ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ କରିପାରିବେ ବୋଲି କୁହାଯାଇଥିଲା । ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର ଭାବେ ଘୋଷଣା କରି ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଅନେକ କ୍ଷେତ୍ରରେ ସହରାଞ୍ଚଳର ଜମି ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିବା ଦିଗରେ ତହସିଲଦାରମାନେ ଆଗ୍ରହ ପ୍ରକାଶ କରୁନଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁ ଚରଣ ସେଠୀ ଏ ପ୍ରସଙ୍ଗକୁ ତର୍ଜମା କରି ଓଡ଼ିଶା ପବ୍ଲିକ୍‍ ପ୍ରେମିସେସ୍‍ ଏଭିକ୍ସନ୍‍ ଅଫ୍‍ ଅନ୍‍ଅଥୋରାଇଜ୍‍ଡ ଅକୁପାଣ୍ଟସ୍‍ ଆଇନ୍‍ ଅନୁଯାୟୀ ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର କ୍ଷମତା ଦିଆଗଲେ ହଜାର ହଜାର କୋଟି ଟଙ୍କାର ସରକାରୀ ଜମି ଜବରଦଖଲକାରୀମାନଙ୍କ କବଳରୁ ମୁକ୍ତ କରାଯିବା ସହଜ ହେବ ବୋଲି ମତ ଦେଇଥିଲେ ।

ରାଜସ୍ୱ ସଚିବଙ୍କ ମନ୍ତବ୍ୟ ଉପରେ ସରକାର ଆଇନ୍‍ ବିଭାଗର ସ୍ପଷ୍ଟୀକରଣ ଲୋଡ଼ିଥିଲେ ଏବଂ ଆଇନ୍‍ ବିଭାଗ ଆଇନ୍‍ର ବ୍ୟାପକ ତର୍ଜମା କରି ସକରାତ୍ମକ ମତ ଦେବା ପରେ ରାଜ୍ୟ ସରକାର ଏହାର ଗଭୀର ଅନୁଶୀଳନ କରି ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର କ୍ଷମତା ଦେବା ଲାଗି କହିଥିଲେ ।

ଇତିମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସରକାରୀ ନିଷ୍ପତ୍ତି ମୁତାବକ ଏକ ସ୍ପଷ୍ଟୀକରଣ ଜାରି କରି ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର ଭାବେ ଘୋଷଣା କରିବା ସହ ସରକାରୀ ଜମିକୁ ଜବରଦଖଲକାରୀମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସେମାନଙ୍କର ଆଇନ୍‍ଗତ କ୍ଷମତା ରହିଛି ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ରାଜସ୍ୱ ଭଳି ବିଭାଗ, ପୁଲିସ, ପୌରସଂସ୍ଥା, ବିଭିନ୍ନ ନଗରାଞ୍ଚଳର ଉନ୍ନୟନ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ତ୍ୱରିତ ସମନ୍ୱୟ ସ୍ଥାପନ କରାଯାଇପାରୁନଥିବାରୁ ଜବରଦଖଲକାରୀମାନଙ୍କୁ ସରକାରୀ ଜମିରୁ ହଟାଇବା ମୁସ୍କିଲ ହୋଇପଡ଼ୁଛି । ବହୁ ବର୍ଷ ପରେ ସେମାନଙ୍କୁ ଉଚ୍ଛେଦ କରାଯିବା ପରେ ସରକାରୀ କଳକୁ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବା ସହ ଅନେକ ଅର୍ଥ ମଧ୍ୟ ବରବାଦ ହେଉଛି ।

ଏବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ନଗରାଞ୍ଚଳରେ ହଜାର ହଜାର କୋଟି ଟଙ୍କାର ସରକାରୀ ଭୂସମ୍ପତ୍ତି ଜବରଦଖଲକାରୀମାନଙ୍କ କବ୍‍ଜାରେ ରହିଛି । ରାଜ୍ୟ ସରକାର ତହସିଲଦାରମାନଙ୍କୁ ଇଷ୍ଟେଟ୍‍ ଅଫିସର ଘୋଷଣା କରି ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଥିବା ପରିପ୍ରେକ୍ଷୀରେ ଏଣିକି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସରଳ ଓ ସହଜ ହୋଇପାରିବ ବୋଲି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶାବ୍ୟକ୍ତ କରୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020