ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଘରକୁ ଘର ସ୍କ୍ରିନିଂ

କରୋନା ମୁକାବିଲା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସାମୂହିକ ଥର୍ମାଲ୍ ସ୍କ୍ରିନିଂ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ତରଫରୁ ପ୍ରତି ଘରକୁ ଘର ବୁଲି ଏହି ଥର୍ମାଲ୍ ସ୍କ୍ରିନିଂରେ ଗୋଟିଏ ଟିମରେ ଦୁଇ ଜଣ ଆୟୁଷ ଡାକ୍ତର, ମହିଳା ସ୍ୱାସ୍ଥ୍ୟକର୍ମୀ କିମ୍ବା ଜଣେ ଶିକ୍ଷକ ରହିଛନ୍ତି ।

ତିନୋଟି ଯାକ ଜୋନରେ କରାଯାଉଥିବା ଏହି ସ୍କ୍ରିନିଂରେ ଟିମ୍ ମେମ୍ବରମାନେ ଘରକୁ ଘର ବୁଲି ଜ୍ୱର, ଫ୍ଲୁ ଇତ୍ୟାଦି ଲକ୍ଷଣ ଏବଂ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ବିବରଣୀ, ଘରେ କୌଣସି ରୋଗରେ ପଡିଥିବା ବ୍ୟକ୍ତି, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ବାବଦରେ ସୂଚନା ସଂଗ୍ରହ କରୁଛନ୍ତି ।

ସମୁଦାୟ ୧୦୦ଟି ଟିମ୍ ଏଥିପାଇଁ ନିୟୋଜିତ ହେଇଥିବାବେଳେ ଦକ୍ଷିଣ-ପଶ୍ଚିମ ଜୋନ୍ ଏବଂ ଉତ୍ତର ଜୋନରେ ୪୨ ଟି ଟିମ୍ ଓ ୫୫ଟି ଟିମ୍ ଦକ୍ଷିଣ-ପୂର୍ବ ଜୋନରେ ନିୟୋଜିତ ହୋଇଛନ୍ତି । ପତ୍ୟେକ ଟିମ୍ ନିଜ ପାଖରେ ଥର୍ମାଲ୍ ଗନ୍ ଏବଂ ବ୍ୟକ୍ତି ବିଶେଷକ ଅମ୍ଲଜାନ୍ ସ୍ଥିତି ଜାଣିବାକୁ ପଲସ୍ ଅକ୍ସି ମିଟର ଧରି ଯାଉଛନ୍ତି ।

ଉପରୋକ୍ତ କାର୍ଯ୍ୟ ଗୁଡିକ ବ୍ୟତୀତ ଟିମରେ ଯାଉଥିବା ସଦସ୍ୟ ସଦସ୍ୟା ଗୃହ ପରିଦର୍ଶନ ସମୟରେ ଘରର ପୁଙ୍ଖାନୁପୁଙ୍ଖ ବିବରଣୀ ଆଣୁଛନ୍ତି । ଏହା ମଧ୍ୟରେ ନାମ, ବୟସ, ଠିକଣା, ଫୋନ୍ ନମ୍ବର ଟିପି ରଖିବା ସହିତ ଉପସ୍ଥିତ ଗୃହ ସଦସ୍ୟଙ୍କର ଯଦି କୌଣସି ଲକ୍ଷଣ ଯଥା: କାଶ, ଥଣ୍ଡା, ଜ୍ୱର, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ସେମାନେ ସଚେତକ ଆପ୍ ବ୍ୟବହାର କରୁଛନ୍ତି କି ନାହିଁ, ସେମାନଙ୍କର ଫ୍ଲୁ ଭଳି ଲକ୍ଷଣ ଅଛିକି ନାହିଁ ଇତ୍ୟାଦି ବୁଝି କୋଭିଡ୍-୧୯ର ସ୍ଥିତି ପରଖୁଛନ୍ତି ।

ଏହାଏକ ଜନ ମଙ୍ଗଳ କାର୍ଯ୍ୟ ହୋଇଥିବାରୁ, ଏଥିରେ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ବିବରଣୀ ନେଇ ସେମାନଙ୍କର ଏକ ତଥ୍ୟାବଳୀ ରଖିବା ଏବଂ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ । ତେଣୁ ଏଥିରେ ସମସ୍ତେ ସହଯୋଗ ସହିତ ଯଦି କାହାରି କୋଭିଡ୍-୧୯ ଭଳି ଲକ୍ଷଣଥିବ ତେବେ ସେମାନେ ନିର୍ଦ୍ଧିଷ୍ଟ କୋଭିଡ୍ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଇବାକୁ ଅନୁରୋଧ କରାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020