୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

କରୋନା ଯୋଦ୍ଧାଙ୍କୁ ବୀମା ଅର୍ଥ ଦିଅ

ଓଡିଶାର କରୋନା ଯୋଦ୍ଧାଙ୍କ ବୀମା ଅର୍ଥ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ବୀମା କମ୍ପାନୀକୁ କହିଛନ୍ତି । କେନ୍ଦ୍ର ଆର୍ଥିକ ବ୍ୟାପାର ସଚିବ ଦେବାଶିଷ ପଣ୍ଡା ଏ ସଂକ୍ରାନ୍ତରେ ନିଉ ଇଣ୍ଡିଆ ଇନ୍‍ସ୍ୟୁରାନ୍ସ କମ୍ପାନୀ କର୍ତ୍ତୃପକ୍ଷ ସହିତ ଆଲୋଚନା କରିଛନ୍ତି । ଏହି ବୀମା କମ୍ପାନୀ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜକୁ କାର୍ଯ୍ୟକାରୀ କରୁଛି ଯେଉଁଥିରେ କୋଭିଡ ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଯୋଜନା ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏଡି ଘଟଣା ତାଙ୍କ ଦୃଷ୍ଟିକୁ ଅଣାଯିବା ପରେ ଶ୍ରୀ ପଣ୍ଡା ବୀମା ଅର୍ଥ ପ୍ରଦାନ ନେଇ ନିଉ ଇଣ୍ଡିଆ ଇନ୍‍ସ୍ୟୁରାନ୍ସ କମ୍ପାନୀକୁ କହିଛନ୍ତି । ବୀମା କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅତୁଲ ସହାଇଙ୍କ ସହିତ ଶ୍ରୀ ପଣ୍ଡା ଏ ସଂକ୍ରାନ୍ତରେ ଆଲୋଚନା କରିବା ସହିତ କୋଭିଡ ଯୋଦ୍ଧାମାନେ କେବଳ କୋଭିଡ କେୟାର ସେଣ୍ଟରରେ ନିୟୋଜିତ ନଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ସମୟରେ ବିଭିନ୍ନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡିଥିବା ଦର୍ଶାଇଛନ୍ତି ।

ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ଉପସ୍ଥାପନ ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କୁ କହିଥିଲେ । ମୁଖ୍ୟ ଶାସନ ସଚିବ ଦର୍ଶାଇଥିଲେ ଯେ ନିଉଇଣ୍ଡିଆ ଇନ୍‍ସ୍ୟୁରାନ୍ସ କମ୍ପାନୀ ୧୩ଜଣ କୋଭିଡ ଯୋଦ୍ଧାଙ୍କ ମାମଲାକୁ ଖାରଜ କରିଦେଇଛି ଯେଉଁମାନେ କି ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‍ସି) ରେ ଆଗଧାଡିରେ ରହି କାର୍ଯ୍ୟ କରୁଥିଲେ । ଓଡିଶା ସରକାର କୋଭିଡ କେୟାର ସେଣ୍ଟର ସହିତ ଟିଏମ୍‍ସି ପ୍ରତିଷ୍ଠା କରିଥିବା ମୁଖ୍ୟ ସଚିବ ଦର୍ଶାଇଥିଲେ ।

କୋଭିଡ ହେଲ୍‍ଥ ସେଣ୍ଟର ଓ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା ଗୁଡିକ କୋଭିଡ ସ୍ୱାସ୍ଥ୍ୟସେବାର ଅଂଶ ହୋଇଥିବାବେଳେ ମହାମାରୀ ସମୟରେ ସକ୍ରିୟ ଭୂମିକା ତୁଲାଉଛନ୍ତି । ଟିଏମ୍‍ସିରେ କାର୍ଯ୍ୟରତ ଆଗଧାଡିର ଯୋଦ୍ଧାମାନେ କୋଭିଡ କେୟାର ସେଣ୍ଟର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଗଧାଡିର କରୋନା ଯୋଦ୍ଧାଙ୍କ ସହିତ ସମକକ୍ଷ ବୋଲି ମୁଖ୍ୟ ସଚିବ ଉଲ୍ଲେଖ କରିଛନ୍ତି ।

ଏଭଳି ସ୍ଥିତିରେ ବୀମା କମ୍ପାନୀ ଅଗ୍ରାହ୍ୟ କରିଦେଇଥିବା ୧୩ଜଣ ଆଗଧାଡିର କାର୍ଯ୍ୟରତ କରୋନା ଯୋଦ୍ଧା ଯେଉଁମାନେ କି ଟିମ୍‍ସିରେ କାର୍ଯ୍ୟରତ ଥିଲେ ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଅନୁରୋଧ କରିଥିଲେ । ଓଡିଶାର ମୁଖ୍ୟ ସଚିବଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀ ଭୂଷଣ ଏହାକୁ କେନ୍ଦ୍ର ଆର୍ଥିକ ସେବା ବ୍ୟାପାର ସଚିବ ଶ୍ରୀ ପଣ୍ଡାଙ୍କ ଦୃଷ୍ଟିକୁ ଆଣିବା ସହିତ ବୀମା କମ୍ପାନୀ ସହ ଆଲୋଚନା ପାଇଁ କହିଥିଲେ ।

ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ ଦର୍ଶାଇଥିଲେ ଯେ ଆଗଧାଡିର କରୋନା ଯୋଦ୍ଧାମାନେ କେବଳ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ ନୁହନ୍ତି ବରଂ କାର୍ଯ୍ୟ ସମୟରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛନ୍ତି । ତେଣୁ ଓଡିଶା ସରକାରଙ୍କ ଦାବି ଅନୁଯାୟୀ ବୀମା କମ୍ପାନୀକୁ ତାଙ୍କର ନିଷ୍ପତ୍ତିର ପୁର୍ନବିଚାର ପାଇଁ କୁହାଯାଇପାରେ । ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିୟମିତ ଭାବେ ରାଜ୍ୟର କୋଭିଡ ଯୋଦ୍ଧାଙ୍କ ବିଷୟକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି । ଶ୍ରୀ ମହାପାତ୍ର ୩୯ଜଣ କରୋନା ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପଠାଇଛନ୍ତି । ଏ ନେଇ ଶ୍ରୀ ମହାପାତ୍ର ମଧ୍ୟ ବାରମ୍ବାର କେନ୍ଦ୍ରକୁ ପତ୍ର ଲେଖି ଚାଲିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020