କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ମାଛ, କୁକୁଡାରେ ବଳକା ହେବ ଓଡିଶା

ମାଛ, କୁକୁଡ଼ା, ଅଣ୍ଡା, ଦୁଗ୍‌ଧ ଆଦି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହିତ ରାଜ୍ୟକୁ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ସହିତ କୋଭିଡ୍‌-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍‌ କାର୍ଯ୍ୟକାରୀ କରି ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ଓ ଆୟ ବୃଦ୍ଧି କରିବା ଦିଗରେ ଅଧିକ କି୍ରୟାଶୀଳ ହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛଚାଷୀମାନଙ୍କୁ ଆଗୁଆ ମାଛ ଜାଆଁଳ ଯୋଗାଇଦେବାର ଆବଶ୍ୟକତା ଦୃଷ୍ଟିରୁ ଚଳିତ ବର୍ଷ ବିଭିନ୍ନ ପ୍ରକାରର ମାଛ ଜାଆଁଳ ସରକାରୀ ଓ ଓପିଡିସି ଫାର୍ମ ଜରିଆରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ହାସଲ କରବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ ନିମନ୍ତେ ପ୍ରୋତ୍ସାହିତ କରାଯାଉଥିବା ପରିପ୍ରେକ୍ଷୀରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ୧୬୦୦ ହେକଫର ଗ୍ରାମପଞ୍ଚାୟତ ପୋଖରୀ ମଧ୍ୟରୁ ୧୫୯୩.୮୦ ହେକଫର ଚିହ୍ନଟ କରାଯାଇଥିବାବେଳେ ୮୭୯.୦୧ ହେକଫର ଗ୍ରାମପଞ୍ଚାୟତ ପୋଖରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦୀର୍ଘମିଆଦି ସୂତ୍ରରେ ଲିଜ୍‌ ଦିଆଯାଇଛି । ମାଛଚାଷକୁ ଅଧିକ ବ୍ୟାପକ କରିବା ପାଇଁ ହିତାଧିକାରୀ ଚୟନ ଓ ଅନୁମୋଦନ ପ୍ରକି୍ରୟାକୁ ସେପେଫମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମତ୍ସ୍ୟଚାଷୀ ପରିବାରଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଗାଇଦେବା ଲକ୍ଷ୍ୟରେ ଜୁନ୍‌ ୧୦ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରାଯାଇଛି । ଏହି ମର୍ମରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଗ୍ରହଣ କରିଥିବା ଆବେଦନ ପତ୍ରଗୁଡ଼ିକ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଗୋସଂପଦକୁ ବିଭିନ୍ନ ପ୍ରକାର ରୋଗ ପ୍ରକୋପରୁ ରକ୍ଷା କରିବା ଦିଗରେ କରାଯାଉଥିବା ଟୀକାକରଣ କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ଜାତୀୟ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମର ଫେଜ୍‌-୨ରେ ୧୫ ଲକ୍ଷ ଗୋସଂପଦକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ କରାଯିବ ଏବଂ ପ୍ରତ୍ୟେକ ଜିଲ୍ଲାରେ ୫୦୦ ଗ୍ରାମକୁ ଏଥି ନିମନ୍ତେ ଚିହ୍ନଟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏତଦ୍‌ବ୍ୟତୀତ ବୈଠକରେ ଡିପ୍‌ଲିଟର ପଦ୍ଧତିରେ ୫୦୦ କ୍ଷମତାବିଶିଷ୍ଟ କୁକୁଡ଼ା ଚାଷ, ୧୦୦୦ଟି କ୍ଷମତାବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଚାଷ, ୨୦୦ଟି କ୍ଷମତାବିଶିଷ୍ଟ ଡିପ୍‌ଲିଟର ପଦ୍ଧତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଅଣ୍ଡାଦିଆ କୁକୁଡ଼ା ଚାଷ ଓ ଜୀବିକାର୍ଜନରେ ସହାୟତା ନିମନ୍ତେ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ବାରିଅଗଣା କୁକୁଡ଼ା ଚାଷ ନିମନ୍ତେ ରାଜ୍ୟ ଯୋଜନା ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁ ପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀପାଳନ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020