୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ଶାହାଙ୍କୁ କରୋନା

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଛନ୍ତି । ନିଜେ ଶ୍ରୀ ଶାହା ଟୁଇଟ୍‍ କରି ଏହି ସୂଚନା ଦେଇଛନ୍ତି । ଶ୍ରୀ ଶାହାଙ୍କ ଠାରେ କରୋନା ଲକ୍ଷଣ ଜଣାପଡିବା ପରେ ତାଙ୍କର ନମୂନା ପରୀକ୍ଷା ହୋଇଥିଲା । ପଜିଟିଭ ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂଶର୍ସ୍ପରେ ଆସିଥିବା ବ୍ୟକ୍ତିମାନେ ଆଇସୋଲେସନରେ ରହିବା ସହିତ ନିଜ ନିଜର କରୋନା ପରୀକ୍ଷା କରାଇ ନେବାପାଇଁ ଶ୍ରୀ ଶାହା ଅନୁରୋଧ କରିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ କରୋନା ପଜିଟିଭ ଖବର ପାଇବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତୁଙ୍ଗ ନେତାମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଦିଲ୍ଲୀ ଏମ୍‍ସର ଗୋଟିଏ ଡାକ୍ତରୀ ଟିମ୍‍ ମେଦାନ୍ତ ହସ୍ପିଟାଲ ଯାଇ ଶ୍ରୀ ଶାହାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାର ସମ୍ଭାବନା ରହିଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020