ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୩୫ହଜାର ନିକଟରେ କରୋନା

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୫ହଜାର ନିକଟରେ ପହଞ୍ଚିଛି । ୧୪୩୪ ନୂଆ ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୯୧୩ରେ ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ୨୧ହଜାରରୁ ଅଧିକ ସୁସ୍ଥହୋଇ ଘରକୁ ଫେରିସାରିଲେଣି ।

ସେହିଭଳି ଆଉ ୧୦ ମୁଣ୍ଡ ଗଡିବା ସହିତ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଠାରୁ ମାତ୍ର ୩ଟି କମ୍‍ ରହିଛି । ତେବେ ରାଜ୍ୟରେ ଘଟିଥିବା କରୋନା ମୃତ୍ୟୁର ଅଧାରୁ ଅଧିକ ଅର୍ଥାତ୍‍ ୧୦୩ଟି ଗଞ୍ଜାମ ଜିଲ୍ଲାରେ ଘଟିଥିବାବେଳେ ୨୮ ମୃତ୍ୟୁ ସହିତ ଖୋରଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି ।

ରାଜ୍ୟର ୨୯ ଜିଲ୍ଲାରେ ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଖୋରଧାରୁ ୨୧୮, ରାୟଗଡାରୁ ୧୯୭ ଓ କଟକରୁ ୧୨୩ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡ ଜିଲ୍ଲାରୁ ୭୬, ପୁରୀରୁ ୬୫, ଯାଜପୁରରୁ ୫୭, ସମ୍ବଲପୁରରୁ ୫୧ଜଣ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜିଲ୍ଲା ଗୁଡିକରେ ଏହି ସଂଖ୍ୟା ୫୦ ତଳକୁ ରହିଛି । ତେବେ ସବୁଠାରୁ କମ୍‍ ମାତ୍ର ଜଣେ ଆକ୍ରାନ୍ତ ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝରରେ ଏହି ସଂଖ୍ୟା ୨ ରହିଛି ।

ଆଜି ସୁଦ୍ଧା ରାଜ୍ୟରେ ୪,୪୩,୩୧୬ ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୬.୪୩ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛି । ତେବେ କରୋନାରେ ଆକ୍ରାନ୍ତଙ୍କ ହେଉଥିବା ମହିଳାଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଏହା ୨୩ ପ୍ରତିଶତରୁ ୨୯ ପ୍ରତିଶତକୁ ବଢିଛି ।

ସେହିଭଳି ରାଜ୍ୟରେ ମୃତ୍ୟୁବରଣ କରିଥିବା ୧୦କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ଜଣ ଥିବାବେଳେ ଖୋରଧାରୁ ୩ ଏବଂ କଳାହାଣ୍ଡି, ଯାଜପୁର ଓ ସୁନ୍ଦରଗଡରୁ ଜଣେ କରି ରହିଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଆକ୍ରାନ୍ତ ଥିବା ଜଣାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021