ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଅନୁରୋଧ କଲା ରେଳବାଇ


ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ । ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା । ପାସେଞ୍ଜର (ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଉଚ୍ଚାଭୀଳାଷକୁ ପୂର୍ବତଟ ରେଳପଥ ପ୍ରଶଂସା କରୁଛି ।

ପୂର୍ବତଟ ରେଳପଥ ନିବେଦନ କରୁଛି ଯେ ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ ଏକାନ୍ତ ଆବଶ୍ୟକ । ପୂର୍ବତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି ନିମନ୍ତେ ଅତ୍ୟାବଶ୍ୟକୀୟ ନିରାପତ୍ତା କାର୍ଯ୍ୟ ଶେଷ କରିବା ସହ ଯାତ୍ରୀ ସୁବିଧା ଉପଲବ୍ଧ କରାଇବା ।

ଗତକାଲି ପରି ମାଲବାହୀ ଟ୍ରେନର ଟ୍ରାଏଲ ରନକୁ ବାଧାପ୍ରାପ୍ତ କଲାଭଳି କାର୍ଯ୍ୟ ଯଦି କରାଯାଏ ତେବେ ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଫିଟ୍ ବା ଉପଯୁକ୍ତ କରାଯିବାର ସମସ୍ତ ପ୍ରଣାଳୀ ଭବିଷ୍ୟତରେ ଆହୁରି ବିଳମ୍ବ ଆଡ଼କୁ ଟାଣି ହୋଇଯିବ ।

ନିକଟ ଭବିଷ୍ୟତରେ ଚଳାଚଳ କରିବାକୁ ଥିବା ପାସେଞ୍ଜର ଟ୍ରେନ୍ ପାଇଁ ଏହି ରେଳପଥକୁ ଫିଟ୍ ବା ଉପଯୁକ୍ତ କରିବା ନିମନ୍ତେ ମାଲବାହୀ ଟ୍ରେନର ପରୀକ୍ଷାମୂଳକ ଚଳାଚଳକୁ ବାଧାପ୍ରାପ୍ତ ନକରି ସୁରୁଖୁରୁରେ ଯାତ୍ରା କରିବାକୁ ଦିଆଯିବାକୁ ପୂର୍ବତଟ ରେଳପଥ ଆପଣମାନଙ୍କୁ ନିବେଦନ କରୁଛି ।



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020