୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ଅଚଳ ହେବ ଖଦି ବୋର୍ଡ

ଓଡିଶା ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଧିରେ ଧିରେ ଅଚଳ ହେବାକୁ ଯାଉଛି । ରାଜ୍ୟରେ ଗ୍ରାମ୍ୟ ଓ କୁଟୀରଶିଳ୍ପର ଜନକ କୁହାଯାଉଥିବା ଏହି ସରକାରୀ ସଂସ୍ଥାରେ କର୍ମଚାରୀ ସଂଖ୍ୟା ପ୍ରତିମାସ ହ୍ରାସ ପାଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଖଦିବୋର୍ଡରେ ମୋଟ୍‍ ୩୭୬ଟି ବିଭିନ୍ନ ବର୍ଗର ପଦବୀ ଥିବାବେଳେ ଆବଶ୍ୟକତା ନଥିବା ଦର୍ଶାଇ ଏଥିରୁ ୬୦ଟି ପଦବୀ ଉଚ୍ଛେଦ କରାଯାଇଥିଲା । ଫଳରେ ବୋର୍ଡରେ ମୋଟ୍‍ ପଦବୀ ସଂଖ୍ୟା ୩୧୬ ରହିଥିଲା । ହେଲେ କର୍ମଚାରୀ ସଂଖ୍ୟା ହ୍ରାସ ପାଇ ପାଇ ଏବେ ୯୪ରେ ପହଞ୍ଚିଛି । ପ୍ରତି ମାସରେ ଦୁଇ ତିନିଜଣ କର୍ମଚାରୀ ଅବସର ଗ୍ରହଣ କରୁଥିବାରୁ କର୍ମଚାରୀ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ପଟେ ବୋର୍ଡରେ ନୂତନ ନିଯୁକ୍ତି ନଥିବା ଓ ଅନ୍ୟପଟେ ଏଠାକୁ ଡେପୁଟେସନରେ କର୍ମଚାରୀ ଆସୁନଥିବାରୁ ଏହି ସଂସ୍ଥା ଆଉ କିଛିମାସ ପରେ ଅଚଳ ହୋଇଯିବାର ଆଶଙ୍କା ଦେଖାଦେଲାଣି ।

ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ସୃଜନ ରୋଜଗାର ଯୋଜନା (ପିଏମ୍‍ଜିଏସ୍‍ୱାଇ)କୁ ରାଜ୍ୟରେ କାର୍ଯ୍ୟକାରୀ କରାଇବାର ଦାୟିତ୍ୱ ରହିଛି ଖଦି ବୋର୍ଡ ଉପରେ । ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଆନୁଷଙ୍ଗିକ କଞ୍ଚାମାଲ ଯୋଗାଇବା ଓ ସେମାନଙ୍କ ଉତ୍ପାଦର ବଜାର ବ୍ୟବସ୍ଥା କରିବା ସହିତ ବୋର୍ଡର ପ୍ରମୁଖ କାର୍ଯ୍ୟ । ଏଥି ସହିତ ବୋର୍ଡର ନିଜସ୍ୱ ସମବାୟ ସମିତି ଗୁଡିକରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀର ମଧ୍ୟ ବଜାର ବ୍ୟବସ୍ଥା କରାଯାଇଥାଏ । ଗତ କିଛିବର୍ଷ ଧରି ରାଜ୍ୟରୁ ଏକ ପ୍ରକାର ଖଦିବସ୍ତ୍ର ଉତ୍ପାଦନ ଲୋପ ପାଇଥିବାବେଳେ ହଳଦୀ, ମହୁ, ଝୁଣା ଭଳି ବନଜାତ ସାମଗ୍ରୀ ସହିତ ବୋର୍ଡ ଦ୍ୱାରା ପ୍ରସ୍ତୁତ ଘଣା ସୋରିଷ ତେଲର ବେଶ୍‍ ଚାହିଦା ରହିଛି । ଏଥି ସହିତ ଦିଲ୍ଲୀ, ଉତ୍ତରପ୍ରଦେଶ ଆଦିରୁ ଖଦି କପଡା ଓ ବସ୍ତ୍ର ଆଣି ମଧ୍ୟ ବୋର୍ଡ ଲୋକଙ୍କୁ ଯୋଗାଇଥାଏ ।

କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଲାଗି ବର୍ଷର ବିଭିନ୍ନ ସମୟରେ ମେଳା ମାନ ଆୟୋଜନ କରିବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଭଳି ବିକ୍ରି ହେବ ତାହାର ବ୍ୟବସ୍ଥା ଖଦିବୋର୍ଡ କରିଥାଏ । ଫଳରେ ରାଜ୍ୟର ଗାଁ ଗହଳରେ ବିଭିନ୍ନ ପକ୍ରାର କୁଟୀର ଓ ଅଣୁ ଶିଳ୍ପ ଗଢି ଉଠୁଛି । ଖଦିବୋର୍ଡର ଅନ୍ୟତମ ଲୋକପ୍ରିୟ ସାମଗ୍ରୀ ହେଉଛି ମହୁ । ବୋର୍ଡ ପକ୍ଷରୁ ଲୋକଙ୍କୁ ମହୁଚାଷ ପ୍ରଶିକ୍ଷଣ ସହିତ ସେମାନଙ୍କ ଘରକୁ ଯାଇ ମହୁମାଛି ପାଳନ ସଂକ୍ରାନ୍ତରେ ବୁଝାଇଥାନ୍ତି । ଏହି କାର୍ଯ୍ୟପାଇଁ ବୋର୍ଡରେ ମାତ୍ର ଜଣେ କର୍ମଚାରୀ ଥିବାବେଳେ ନିକଟରେ ସିଏ ଅବସର ନେବାକୁ ଯାଉଛନ୍ତି । ଏହାପରେ ବୋର୍ଡର ମହୁ ଚାଷ ଯୋଜନାରେ ତାଲା ଝୁଲିବ ବୋଲି ସୂଚନା ମିଳିଛି ।

କରୋନା ମହାମାରୀ ସମୟରେ ଲୋକଙ୍କ ହାତକୁ କାମ ଦେବାପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗ୍ରାମ୍ୟ ଓ କୁଟୀର ଶିଳ୍ପ ଉପରେ ଗୁରୁତ୍ୱ ଦେଉଥିବାବେଳେ ଖଦିବୋର୍ଡର ଏଭଳି ଦୁରବସ୍ଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020