ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ରାତ୍ରୀ କର୍ଫ୍ୟୁ ବଳବତ୍ତର

ଅଗଷ୍ଟ ମାସରେ ଓଡିଶାରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । କେନ୍ଦ୍ର ସରକାର ଅନ୍‍ଲକ-୩ରେ ରାତ୍ରୀ କର୍ଫ୍ୟୁକୁ ଉଠାଇ ଦେଇଥିଲେ ମଧ୍ୟ ଓଡିଶା ସରାକର ଏହା ଲାଗୁ କରିଛନ୍ତି । ତଦନୁଯାୟୀ ସମଗ୍ର ରାଜ୍ୟରେ ଅଗଷ୍ଟ ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ ।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ବହୁ କଟକଣା କୋହଳ ହୋଇଛି । ତେବେ କରୋନା ନିୟନ୍ତ୍ରଣ ଲାଗି ରାତ୍ରୀକାଳୀନ କଟକଣା ଜାରି ରହିଛି । ଏଥି ସହିତ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ, ଖୋରଧା, କଟକ ଓ ଗଜପତି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ମାସର ପ୍ରତ୍ୟେକ ଶନି ଓ ରବିବାର ସଟ୍‍ଡାଉନ୍‍ ଲାଗୁ ହେବ । କିନ୍ତୁ ଅଗଷ୍ଟ ଏକ ଓ ତୁଇ ତାରିଖ ଶନି ଓ ରବିବାର ପଡୁଥିବାରୁ ଏହି ଦୁଇଦିନ ଦିନ ଗୋଟାଏରୁ ସଟ୍‍ଡାଉନ୍‍ ଜାରି ହେବ ।

ସଟ୍‍ଡାଉନ୍‍ ଓ ରାତ୍ରୀକାଳୀନ କଟକଣା ସମୟରେ ଅତ୍ୟାବଶ୍ୟକ ସେବା ଜାରିରହିବ । ଯେଉଁ ବ୍ୟକ୍ତିମାନେ ବିମାନବନ୍ଦର ଓ ରେଳଷ୍ଟେସନକୁ ଯାତାୟତ କରିବେ ସେମାନେ ସୁରକ୍ଷାକର୍ମୀଙ୍କୁ ନିଜ ନିଜର ଟିକଟ ଦେଖାଇବେ । ସେହିଭଳି ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥାନୀୟ ପୁଲିସ୍‍ ଅନୁମତିରେ ଯା ଆସ କରିବେ ।

ଶ୍ରୀ ତ୍ରିପାଠୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କଟକଣା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ । ତଦନୁଯାୟୀ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ପ୍ରେକ୍ଷାଳୟ ଗୁଡିକ ବନ୍ଦ ରହିବ । ତେବେ ଅଗଷ୍ଟ ୫ତାରିଖରୁ ଜିମ୍‍ ଗୁଡିକ ଖୋଲିବ ।

ରାଜ୍ୟ ସରାକର ଲକ୍‍ଡାଉନ୍‍ରେ କେତେକ କୋହଳ କରିଥିଲେ ମଧ୍ୟ ଜାରିଥିବା କଟକଣାକୁ ଲୋକେ କିଭଳି ପାଳନ କରିବେ ସେଥିପାଇଁ ଜୋରିମାନା ପରିମାଣକୁ ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସରକାରଙ୍କ କଟକଣାକୁ ୯୦ ପ୍ରତିଶତ ଲୋକ ମାନୁଥିବାବେଳେ ଆଉ ୧୦ ପ୍ରତିଶତ ମାନୁନାହାନ୍ତି । ଏହି ୧୦ ପ୍ରତିଶତ ଅମାନିଆ ହିଁ ୯୦ପ୍ରତିଶତ ଲୋକଙ୍କ ପାଇଁ ବିପଦ ହୋଇଛନ୍ତି ।

ଏଣିକି ମାସ୍କ ନପିନ୍ଧିଲେ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ୧୦୦୦ ଟଙ୍କା କରି ଜୋରିମାନା ଦେବାକୁ ପଡିବ । ଏହାପରେ ଯଦି ମାସ୍କ ନିପିନ୍ଧି ଧରାପଡିବ ତେବେ ୫୦୦୦ ଟଙ୍କା ଗଣିବ । ସେହିଭଳି ସରକାରୀ କଟକଣା ସତ୍ୱେ କିଛି ଲୋକ ବିବାହ ଭୋଜି କରୁଥିବାରୁ ଏ ସଂକ୍ରାନ୍ତରେ ମାମଲା ବଢିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଆଣି ସର୍ବାଧିକ ୫୦ଜଣରେ ବାହାର ପାଇଁ ବ୍ୟବସ୍ଥା ରହିଛି । ଏହାକୁ ଅମାନ୍ୟ କଲେ ଏଣିକି ୧୦ହଜାର ଟଙ୍କାର ତଣ୍ଡ ଦେବାକୁ ପଡିବ । ଏହି ରାଶିକୁ ବଢାଇବାପାଇଁ ସରକାର ବିଚାର କରୁଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020