ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଅଧିକ ନମୁନା ସଂଗ୍ରହ ଉପରେ ଗୁରୁତ୍ୱ

ରାଜ୍ୟର ସ୍ୱୀକୃତ କ୍ଲିନିକାଲ୍ ପରୀକ୍ଷାଗାରମାନଙ୍କରେ କୋଭିଡ୍ ଟେଷ୍ଟ କ୍ଷମତା ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାୱାରୀ ଟେଷ୍ଟି ଦକ୍ଷତାର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଆରଟିପିସିଆର ଟ୍ରୁନାଣ୍ଟ, ସିବିନାଟ୍ ଓ ରାପିଡ୍ ଆଣ୍ଟିଜେନ ଆଦି ଆଧୁନିକ ଟେଷ୍ଟ ମାଧ୍ୟମରେ ଦୈନିକ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ସାମ୍ପୁଲ୍ ଟେଷ୍ଟର ଦକ୍ଷତା ସୃଷ୍ଟି କରାଯାଇଛି । ଆବଶ୍ୟକତା ଅନୁସାରେ ଏହି ଟେଷ୍ଟ କ୍ଷମତା ଆହୁରି ବୃଦ୍ଧି କରାଯାଇପାରିବ ।

ଟେଷ୍ଟି, ଆଇସୋଲେଟିଂ ଏବଂ ଟ୍ରିଟମେଣ୍ଟ କୋଭିଡ୍ ପରିଚାଳନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହିବା ସହ ଟେଷ୍ଟି ଦକ୍ଷତା ଆହୁରି ଅଧିକ ବଢ଼ାଇବା ପାଇଁ ଶ୍ରୀ ତ୍ରିପାଠୀ ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାର ଓ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୪ ଟି ଆର୍ଟିଫିସିଆଲ ଟେଷ୍ଟ ପରୀକ୍ଷାଗାର କାର୍ଯ୍ୟ କରୁଛି । ଏହାଛଡା ଆଣ୍ଟିଜେନ୍ ଟେଷ୍ଟ ସବୁ ଜିଲ୍ଲା ଲାବୋରାଟୋରୀରେ ହୋଇପାରୁଛି । ରାଜ୍ୟରେ ଖୁବଶୀଘ୍ର ଆଉ ୬ଟି ପରୀକ୍ଷାଗାର କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ଏହି ପରୀକ୍ଷାଗାର ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଥିଲା ।

ଅଧିକ ସାମ୍ପୁଲ ସଂଗ୍ରହ, ସମୟାନୁବନ୍ଧିତ ଭାବେ ସେଗୁଡିକର ପରୀକ୍ଷା ଏବଂ ରିଅଲ ଟାଇମ ରିପୋଟିଂ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ପରୀକ୍ଷାର ଫଳାଫଳ ସିଧାସଳଖ ଆଇସିଏମଆର ପୋର୍ଟାଲରେ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନତଃ ପଞ୍ଜିକୃତ ଘରୋଇ ହସ୍ପିଟାଲମାନଙ୍କୁ ଆଣ୍ଟିଜେନ୍ ଟେଷ୍ଟ ନିମନ୍ତେ ଅନୁମତି ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏ ବିଷୟରେ ଆବଶ୍ୟକୀୟ ବୈଷୟିକ ସୁବିଧା ସୃଷ୍ଟି କରି ଖୁବଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀମାନଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ବିଭିନ୍ନ ପରୀକ୍ଷାଗାର ଏବଂ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରରୁ ମାଇକ୍ରୋ ବାଇଓଲୋଜିଷ୍ଟ, ସିଡିଏମ୍ଓ, ବିଭିନ୍ନ ମେଡିକାଲ କଲେଜର ଅଧିକ୍ଷକମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଟେଷ୍ଟିଂ ଓ ରିପୋଟିଂ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020