ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଭୋଜି ଆୟୋଜନକାରୀ ହତାଶ

କରୋନା କଟକଣା ହଟିବା ଆଶାରେ ଜୁଲାଇ ମାସକୁ ବାହାଘର ତିଥି ଘୁଞ୍ଚାଇଥିବା ଅନେକ ବ୍ୟକ୍ତି ହତାଶ ହୋଇଛନ୍ତି । ବାହାଘର ଭୋଜିଭାତରେ ଜନଗହଳି ଉପରେ ରାଜ୍ୟ ସରକାର ପୂର୍ବଭଳି ଜୁଲାଇ ମାସ ପାଇଁ କଟକଣା ଜାରି ଘୋଷଣା କରିବାପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

କରୋନା ସଂକ୍ରମଣର ମୁକାବିଲା ପାଇଁ ଧର୍ମାନୁଷ୍ଠାନ ସହିତ ସାମାଜିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଜାରି ହୋଇଛି । ପଞ୍ଚମ ପର୍ଯ୍ୟାୟ ଲକ୍‍ଡାଉନ୍‍ରେ ଏହା ଜୁନ୍‍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । କଟକଣା ଅନୁଯାୟୀ ବାହାଘର ଭୋଜିରେ ସର୍ବାଧିକ ୫୦ଜଣ ବ୍ୟକ୍ତି ଯୋଗଦାନ କରିବେ ଓ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ତେବେ ମନ୍ଦିର ଗୁଡିକ ବନ୍ଦ ରହିଥିବାରୁ ବାହାଘର ସ୍ଥିର କରିଥିବା ଅନେକ ଅଭିଭାବକ ଜୁଲାଇ ମାସରେ ଥିବା ତିଥିକୁ ବାହାଘର ଓ ଭୋଜିଭାତ ଘୁଞ୍ଚାଇ ଦେଇଥିଲେ । ସେହିଭଳି ଶନିବାର ଓ ରବିବାର ସଟ୍‍ଡାଉନ୍‍ ରହୁଥିବାରୁ ବି ଅନେକ ବିବାହ ତାରିଖ ଜୁଲାଇକୁ ରଖିଥିଲେ ।

ହେଲେ ରାଜ୍ୟ ସରକାର ଆଜି ଜୁଲାଇ ମାସପାଇଁ କଟକଣା ଜାରି ଘୋଷଣା କରିବାପରେ ଅନେକ ହତାଶ ହୋଇଛନ୍ତି । ଭୋଜିଭାତ ପାଇଁ ଟେଣ୍ଟହାଉସ୍‍, ମାଛ, ମାଂସ ଠାରୁ ଆରମ୍ଭକରି ବାଜା, ବାଣ ଆଦି ପାଇଁ ବଇନା ଦେଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି । କାରଣ ରାଜ୍ୟ ସରକାର ଜୁଲାଇ ମାସରେ ଧରପଗଡକୁ ଜୋରଦାର ହେବବୋଲି ଖୋଲାଖୋଲି ଭାବେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୁଲାଇ ମାସ ପାଇଁ ରଣନୀତି ଘୋଷଣା ସମୟରେ ଏଭଳି ସୂଚନା ଦେଇଥିଲେ ।

ଚଳିତ ମାସରେ ଏକାଧିକ ବିବାହ ତିଥି ଥିବାରୁ ଅନେକ ବର ଓ କନ୍ୟା ପିତା ମଣ୍ଡପ ଓ ହୋଟେଲ ଆଦି ବୁକିଂ କରିଦେଇଥିଲେ । ବନ୍ଧୁ ବାନ୍ଧବଙ୍କୁ ବି ଖବର ଦେଇଥିଲେ । ବଡ ଆଶା ଥିଲା ଭୋଜିରେ ଏକାଧିକ ବନ୍ଧୁବାନ୍ଧବ ଯୋଗ ଦେବେ । ତେବେ ରାଜ୍ୟ ସରକାର ଯେଭଳି ଭାବେ ରାତ୍ରୀକାଳୀନ କର୍ଫ୍ୟୁରେ ୨ଘଣ୍ଟା କୋହଳ କରିଛନ୍ତି ଓ ରାଜ୍ୟର ୧୦ଟି ଜିଲ୍ଲାରେ ଜୁନ୍‍ ମାସ ଭଳି ଶନିବାର ଓ ରବିବାର ସଟ୍‍ଡାଉନ୍‍ ରହିବ ବୋଲି ଘୋଷଣା କରିଛନ୍ତି ତାହା ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଅଡୁଆ ସ୍ଥିତିରେ ପକାଇ ଦେଇଛି ।

ଚଳିତମାସରେ ବାହାଘର ଭୋଜିଭାତ ପାଇଁ ଆଗୁଆ ବଇନା ଦେଇଥିବା ବ୍ୟକ୍ତି ଏବେ ସେମାନଙ୍କ ଅର୍ଥ କିଭଳି ଫେରି ପାଇବେ ଓ ଅଳ୍ପ ବନ୍ଧୁବାନ୍ଧବରେ କିଭଳି କେଉଁଠି ବାହାଘର କରିବେ ସେହି ଚିନ୍ତାରେ ପଡିଛନ୍ତି । ମନ୍ଦିର ଖୋଲାଥିଲେ ଅଳ୍ପ ଲୋକରେ ବାହାଘର ସମ୍ପନ୍ନ ହୋଇଥାନ୍ତା ବୋଲି ଅନେକ ବ୍ୟକ୍ତି ମତ ଦେଉଥିବାବେଳେ ଧର୍ମାନୁଷ୍ଠାନ ଉପରେ ସରକାରଙ୍କ କଟକଣା ଯୋଗୁଁ ତାହା ହୋଇପାରୁ ନାହିଁ । ସେହିଭଳି ଜୋନ୍‍ ୧ରେ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ଗାଡି ଚଳାଚଳରେ କଟକଣା ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିବାପରେ ଅନେକ ହତାଶ ହୋଇପଡିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021