ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୬୦୯ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୬୦୯ କୋଟି ଟଙ୍କାର ୫ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଫଳରେ ରାଜ୍ୟରେ ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି ।

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶୂନ୍ୟ ପ୍ରଦୂଷଣ ନିର୍ଗତ ନିୟମର ଅନୁପାଳନ କରିବା ଏବଂ ସମସ୍ତ ଶିଳ୍ପ ୟୁନିଟ୍ରେ ପ୍ରଦୂଷଣ କଣ୍ଟେନ୍ମେଣ୍ଟ୍ ବ୍ୟବସ୍ଥା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ହେଲା, ମେସର୍ସ ରିଲାଏବଲ୍ ସ୍ପଞ୍ଜ ପ୍ରା.ଲିଃ. ୨୫୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ ଓ ବର୍ଷକୁ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ପ୍ରାୟ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ମେସର୍ସ ଗ୍ରୋଏଲ ଫିଡ୍ସ ରାଜ୍ୟରେ ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିମନ୍ତେ ୬୫.୮୨ କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୭୦୦ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ମେସର୍ସ ଶ୍ରବଣ ସିପିଂ ସର୍ଭିସ୍ ୧୦୦ କୋଟି ଟଙ୍କା ନିବେଶ କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁରଠାରେ ଏକ ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା କରିବ । ଏଥିରେ ପ୍ରାୟ ୨୫୦ ଜଣଙ୍କ ନିଯୁକ୍ତି ସୃଷ୍ଟି ହେବ ।

ମେସର୍ସ ଚିଲିକା ଡିଷ୍ଟିଲାରିସ୍ ର।।ଜ୍ୟରେ ୯୯.୯୭ କୋଟି ଟଙ୍କାରେ ୧୧୦ କେଏଲ୍ପିଡି କମ୍ପାନୀ ସ୍ଥାପନ କରିବ । ଏହାଦ୍ୱାରା ୧୭୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ମେସର୍ସ ସୋମ୍ ଡିଷ୍ଟିଲାରିସ୍ ଆଣ୍ଡ୍ ବ୍ରିୱିରିଜ୍ ରାଜ୍ୟରେ ୧୨୦ କେଏଲ୍ପିଡି କ୍ଷମତା ବିଶିଷ୍ଟ କମ୍ପାନୀ ୯୩ କୋଟି ଟଙ୍କାରେ ସ୍ଥାପନ କରିବ । ଏହାଦ୍ୱାରା ଅତିରିକ୍ତ ୧୨୬ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ।

ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମ୍ଡି ସଞ୍ଜୟ ସିଂହ, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020