ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପ୍ରଭାବିତ ହେବନାହିଁ ମହାକାଶ ଅଭିଯାନ

କୋଭିଡ-୧୯ ବୈଶ୍ଵିକ ମହାମାରୀ ସତ୍ଵେ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନ ଜାନ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ । ଅଭିଯାନର ପ୍ରାକ ପ୍ରସ୍ତୁତି ଯଥାରୀତି ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଗତ ବର୍ଷକ ମଧ୍ୟରେ ହୋଇଥିବା ମହାକାଶ ଅଭିଯାନ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଇସ୍ରୋ ଏବଂ ମହାକାଶ ବିଭାଗ ଅନେକ ଗୁରୁତ୍ଵପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । କୋଭିଡ-୧୯ ବୈଶ୍ଵିକ ମହାମାରୀ ସତ୍ଵେ ରୁଷରେ ତାଲିମ ନେଉଥିବା ୪ ଜଣ ଭାରତୀୟ ମହାକାଶଚାରୀଙ୍କ ତାଲିମ ଓ ମହାକାଶ ଅଭିଯାନ କାର୍ୟ୍ୟକ୍ରମ ଅତ୍ୟନ୍ତ ସାବଧାନତାର ସହିତ କରାଯାଉଛି । ଏହା ସାମୟିକ ଭାବେ ବନ୍ଦ ରହିଥିଲେ ମଧ୍ୟ ଏବେ ପୁଣି ଆରମ୍ଭ ହୋଇଛି ଏବଂ ମହାକାଶ ଯାତ୍ରା ନିର୍ଦ୍ଧାରିତ ତିଥି ଅନୁସାରେ ଦେଶର ୭୫ତମ ସ୍ଵାଧୀନତା ଦିବସ ପାଳନ ଅର୍ଥାତ ୨୦୨୨ ପୂର୍ବରୁ ଯଥାରୀତି ସମ୍ପନ୍ନ ହେବ ।

ଇସ୍ରୋରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଏଥିପାଇଁ ଇଣ୍ଡିଆନ ନେସନାଲ ସ୍ପେସ ପ୍ରମୋଶନ ଏଣ୍ଡ ଅଥରାଇଜେସନ ସେଣ୍ଟର (ଇନସ୍ପେସ) ନାମକ ଏକ ନିୟନ୍ତ୍ରକ ସଂସ୍ଥା ପ୍ରତିଷ୍ଠା କରାଯିବ । ଏହି ସଂସ୍ଥା ଘରୋଇ ଭାଗିଦାରୀତା ସମ୍ପର୍କରେ ବିଚାର କରି ଦେଖିବ ।

ଦେଶରେ ମହାକାଶ ଅଭିଯାନ ପାଇଁ ଆର୍ଥିକ ସାମର୍ଥ୍ୟ ବୃଦ୍ଧି ସହ ଘରୋଇ ଭାଗିଦାରୀତା ଅଧିକ ହେବା ସହ ଏହା ଦେଶରୁ ପ୍ରତିଭା ସ୍ଥାନାନ୍ତରଙ୍କୁ ମଧ୍ୟ ନିରୁତ୍ସାହିତ କରିବ । ଏହା ଫଳରେ ଅନେକ ବୁଦ୍ଧିବାନ ମହାକାଶ ବିଜ୍ଞାନୀ ଓ ବିଷଷଜ୍ଞ ଦେଶରୁ ବାହାରକୁ ଯିବେ ନାହିଁ । ଚନ୍ଦ୍ରଯାନ-୩ର ଚନ୍ଦ୍ରମା ଅଭିଯାନ ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଏହା ଆସନ୍ତା ବର୍ଷ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସମସ୍ତ ଢାଞ୍ଚାଗତ ପ୍ରସ୍ତୁତି କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020