ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କଂଗ୍ରେସ ଖୋଲିଲା କଣ୍ଟ୍ରୋଲରୁମ୍‍

କରୋନା ପୀଡିତଙ୍କ ସହାୟତା ଲାଗି ଓଡିଶା ପ୍ରଦେଶ କଂଗ୍ରେସ ଆଜି ତାହାର କଣ୍ଟ୍ରୋଲରୁମ୍‍ ଖୋଲିଛି । ଏହାର ଫୋନ୍‍ ନମ୍ବର ୦୬୭୪-୨୫୩୫୫୭୭ ଥିବାବେଳେ ଏହା ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଲକଡାଉନ ସମୟରେ ଯେ ବି କେହି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ରାଜ୍ୟ କଂଗ୍ରେସ କାର୍ୟଳୟ ବା କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ବର ରେ ଯୋଗାଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

କଣ୍ଟ୍ରୋଲରୁମ୍‍ ନିମନ୍ତେ ଏକ ୧୩ ଜଣିଆ କମିଟି ଘୋଷଣା କରିଛନ୍ତି।ଏହି ୧୩ ଜଣିଆ କମିଟି ରେ ସର୍ବଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ,ରଜନୀ କୁମାର ମହାନ୍ତି,ମାନସ ଆଚାର୍ଯ୍ୟ,ଲିଙ୍ଗରାଜ ସାହୂ,ତରୁଣ ମିଶ୍ର,କୈଳାଶ ସାହୂ,ଦୀପକ କୁମାର ମହାପାତ୍ର,ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର,ଜୟକୃଷ୍ଣ ମଲିଆ,ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ଅଛନ୍ତି। 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023