ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଯୋଡାହେଲା ଛିଣ୍ଡିଥିବା କହୁଣି

କରୋନା ମୁକାବିଲାରେ ରାଜ୍ୟ ବ୍ୟସ୍ତ ଥିବାବେଳେ କଟକ ଏସ୍‍ବିଏମ୍‍ ହସ୍ପିଟାଲର ଡାକ୍ତରମାନେ କିନ୍ତୁ ଗୋଟିଏ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଜଣେ ୩୦ବର୍ଷୀୟ ମହିଳାଙ୍କ ଠାରେ ତାଙ୍କ ଛିଣ୍ଡି ଯାଇଥିବା କହୁଣିକୁ ସଫଳତାର ସହ ପ୍ରତ୍ୟାରୋପଣ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଫକୀର ବେହେରାଙ୍କ ୩୦ ବର୍ଷୀୟ ପତ୍ନୀ ମିତାଲି ବେହେରାଙ୍କ ଉପରେ ଗୋଟିଏ ବଡ ପଥରଖଣ୍ଡ ଖସି ପଡିବାରୁ ତାଙ୍କର ବାମ ହାତ କହୁଣି ନିକଟରୁ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା । ଦୁର୍ଘଟଣା ପରେ ଆହତକଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବାଲିକୁଦା ସ୍ଥିତ ଏସ୍‍ବିଏମ୍‍ ହସ୍ପିଟାଲକୁ ଅଣାଯାଇଥିଲା । ହାତ ଛିଣ୍ଡିବାର ୩ ଘଣ୍ଟା ଭିତରେ ଆହତଙ୍କୁ ଏଠାକୁ ଅଣାଯାଇଥିବାବେଳେ ଛିଣ୍ଡି ଯାଇଥିବା ହାତକୁ ମଧ୍ୟ ସଂରକ୍ଷିତ କରି ଅଣାଯାଇଥିଲା ।

ଡାକ୍ତରଖାନା ପ୍ଲାଷ୍ଟିକ ସର୍ଜରୀ ବିଭାଗର ୬ଜଣିଆ ଡାକ୍ତରୀଦଳ ୮ଘଣ୍ଟାର ଦୀର୍ଘ ଅପରେସନ ପରେ ସଫଳତାର ସହ ଛିଣ୍ଡି ଯାଇଥିବା କହୁଣୀକୁ ପତ୍ୟାରୋପଣ କରିପାରିଛନ୍ତି । ଆହତ ମିତାଲି ବେହେରା ଏବେ ସୁସ୍ଥ ଥିବାବେଳେ ଏଭଳି କହୁଣି ପ୍ରତ୍ୟାରୋପଣ ଓଡିଶାରେ ବିରଳ ବୋଲି କୁହାଯାଉଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023