ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ହାତ ବଢାଇଲେ ବିଜୟ

ସରକାରଙ୍କ କରୋନା ମୁକାବିଲାରେ ସହଯୋଗର ହାତ ବଢାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେ ତାଙ୍କର ଗୋଟିଏ ମାସର ପେନ୍‍ସନ ପ୍ରଦାନ କରିଛନ୍ତି ।

ରାଜ୍ୟରେ କରୋନା ମୁକାବିଲା ସଂକ୍ରାନ୍ତରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏଭଳି ଦୁର୍ଦ୍ଦିନ ସମୟରେ ସମସ୍ତେ ସହଯୋଗର ହାତ ବଢାଇବା ଆବଶ୍ୟକ । ସାମାଜିକ ଦୂରତ୍ୱ ରକ୍ଷା କରି ଆମେ କରୋନାର ମୁକାବିଲା କରିପାରିବା । ହେଲେ ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଯେଭଳି ଖାଦ୍ୟ ରନ୍ଧାର ବ୍ୟବସ୍ଥା ହୋଇଛି ତାହା ସାମାଜିକ ଦୂରତ୍ୱ ଆହ୍ୱାନକୁ ଭଙ୍ଗ କରିବ । ଗାଁ ଗାଁରେ ପୂର୍ବରୁ ଲୋକେ ସାମାଜିକ ଦୂରତ୍ୱକୁ ପାଳନ କରୁଥିବାବେଳେ ଏବେ ତାହା ଆଉ ହେବନାହିଁ ।

ସେହିଭଳି ରାଜ୍ୟ ସରକାରଙ୍କ କରୋନା ସୂଚନା ପ୍ରଦାନ ନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନିୟୋଜିତ ମୁଖପାତ୍ରଙ୍କର ରାଜ୍ୟବାସୀଙ୍କୁ ଭୟଭୀତ କରିବାର କୌଣସି ଅଧିକାର ନାହିଁ । ଓଡିଶା ସରକାରଙ୍କ ସୂଚନା ପ୍ରଦାନ କରିବା ବଦଳରେ ମୁଖପାତ୍ର ଇଟାଲୀ, ଆମେରିକା, ଜର୍ମାନୀ କଥା କହିବା କହିବା ଫଳରେ ଲୋକେ ଅଯଥାରେ ଭୟଭୀତ ହେଉଛନ୍ତି ।

କେନ୍ଦ୍ର ସରକାରଙ୍କ ଉଦାହରଣ ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ କେନ୍ଦ୍ରୀୟ ପ୍ରବକ୍ତାମାନେ କରୋନା ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସମୟରେ କେବଳ ଭାରତ ସରକାରଙ୍କ ତଥ୍ୟକୁ ଉପସ୍ଥାପନ କରୁଛନ୍ତି । ଫଳରେ ଲୋକେ ଭୟଭୀତ ହେବା ବଦଳରେ ତାଙ୍କ କଥାକୁ ସହଜରେ ଗ୍ରହଣ କରୁଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023