ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସହଯୋଗର ହାତ ବଢାଇଲେ କର୍ମଚାରୀ

ରାଜ୍ୟ ସରକାର କରୋନା ଭଳି ବିପତ୍ତିକୁ ମୁକାବିଲା କରୁଥିବାବେଳେ ସଚିବାଳୟ ସେବା ବର୍ଗର କର୍ମଚାରୀମାନେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କର ଗୋଟିଏ ଦିନର ଦରମା ଦାନ ଆରମ୍ଭ କରିଛନ୍ତି । ଶନିବାର କେତେକ କର୍ମଚାରୀ ଅନ୍‍ଲାଇନ୍‍ ଜରିଆରେ ଦରମା ଅର୍ଥ କରିଥିବାବେଳେ ଅନ୍ୟମାନେ ସୋମବାର ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍‍ ଡାଉନ୍‍ ହୋଇଥିବାବେଳେ ଗରିବ ଲୋକଙ୍କୁ ସହୟତା ଜରୁରୀ ହୋଇପଡିଛି । ଏଥିପାଇଁ ରାଜ୍ୟ ସରକାର ଏକ ପାଣ୍ଠି ଗଠନ କରିଥିବାବେଳେ ଏଥିରେ ଅର୍ଥ ଦାନ ପାଇଁ ଏବେ ସଚିବାଳୟ ସେବା କର୍ମଚାରୀମାନେ ଆଗେଇ ଆସିଛନ୍ତି ।

ସଚିବାଳୟ ସେବା ସଂଘର ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ହୋତା, ହର ପ୍ରସାଦ ବିଶ୍ୱାଳ, ବିନୋଦ କୁମାର ସାହୁ, ଜ୍ୟୋତି ରଞ୍ଜନ ମିଶ୍ର, ବିବେକ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରଲିଫ ପାଣ୍ଠିକୁ ଦାନ କରିବାକୁ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ବର୍ତ୍ତମାନ ଲୋକସେବା ଭବନର ଅନେକ ବିଭାଗରେ କର୍ମଚାରୀ ଆସୁନଥିବାବେଳେ ଜରୁରୀ ବିଭାଗ ଗୁଡିକରେ ମଧ୍ୟ ଅଳ୍ପ ସଂଖ୍ୟକ କର୍ମଚାରୀ ଆସୁଛନ୍ତି । ତେଣୁ ଦପ୍ତର ଆସୁନଥିବା କର୍ମଚାରୀମାନେ ଅନ୍‍ ଲାଇନ୍‍ରେ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦେବାକୁ ପରାମର୍ଶ ଦିଆଯାଇଛି । ତେବେ ସୋମବାର ଦିନ ପ୍ରାୟ ସମସ୍ତ କର୍ମଚାରୀ ଏହି ଅର୍ଥ ପ୍ରଦାନ କରିବେ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023