ଓଡିଶା ସମେତ ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ମଞ୍ଜୁର ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି ।
ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ । ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫ)ରୁ ଏହି ଫଣ୍ଡ ଯୋଗାଇ ଦିଆଯିବ । ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତାରୋପ କରିଛି ।
୨୦୧୯ରେ ହୋଇଥିବା ପ୍ରାକୃତିକ ବିପତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ । ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଦୁରା ହେବ ତା ତାହାକୁ ଆଡଜଷ୍ଟ କରାଯିବ ।
ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭ କୋଟି ଟଙ୍କା ପାଇବାକୁ ଥିବାବେଳେ ଇତିମଧ୍ୟରେ ୪୦୦ କୋଟି ଟଙ୍କା ରାଜ୍ୟକୁ ଦିଆସରିଛି । ସେହିଭଳି କେରଳ ୪୬୦କୋଟି ୭୭ଲକ୍ଷ, ନାଗାଲାଣ୍ଡ ୧୭୭.୩୭ କୋଟି, ଓଡ଼ିଶା ୧୭୯ କୋଟି ୬୪ ଲକ୍ଷ, ମହାରାଷ୍ଟ୍ର ୧୭୫୮ କୋଟି ୧୮ଲକ୍ଷ, ପଶ୍ଚିମବଙ୍ଗ ୧୦୯୦ କୋଟି ୬୮ଲକ୍ଷ, ରାଜସ୍ଥାନ ୧୧୧୯ କୋଟି ୯୮ଲକ୍ଷ ଟଙ୍କା ପାଇବେ । ଏହାଛଡ଼ା କର୍ଣ୍ଣାଟକକୁ ୨୦୧୮-୧୯ ବର୍ଷର ବକେୟା ବାବଦରେ ୧୧କୋଟି ୪୮ ଲକ୍ଷଟଙ୍କା ମିଳିବ ।
୨୦୧୯-୨୦ ଆର୍ଥିକ ବର୍ଷର ଦେୟ ବାବଦରେ ଆଜିପର୍ଯ୍ୟନ୍ତ କେନଦ୍୍ର ସରକାର ଏନଡିଆରଏଫ ପାଣ୍ଠି ଓ ଅତିରିକ୍ତ ସହାୟତା ଆକାରରେ ୨୯ଟି ରାଜ୍ୟକୁ ୧୦୩୭ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହାମଧ୍ୟରେ ଜାମ୍ମୁକାଶ୍ମୀର ମଧ୍ୟ ଅନ୍ତର୍ଭୁକ୍ତ ।