ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ପାଇଁ ବିଜୁଳି ବଳକା

କରୋନା ପ୍ରଭାବ ପାଇଁ ଏବେ ଓଡିଶାରେ ହାରାହାରି ୧୨୦୦ ମେଗାୱାଟ ବିଦ୍ୟୁତ୍‍ ବଳିପଡୁଛି । ଲକ୍‍ଡାଉନ୍‍ ଯୋଗୁଁ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଏବେ ବିଦ୍ୟୁତ୍‍ ବ୍ୟବହାର ହ୍ରାସ ପାଇଥିବାରୁ ଏଭଳି ବଳକା ପରିସ୍ଥିତି ସୃଷ୍ଟି ହୋଇଛି ।

ମାର୍ଚ୍ଚ ୧୭ ତାରିଖରେ ସମଗ୍ର ଦେଶରେ ବିଦ୍ୟୁତ୍‍ ବ୍ୟବହାର ପରିମାଣ ୩୫୮୯ ନିୟୁତ୍‍ ୟୁନିଟ୍‍ ଥିବାବେଳେ ୨୪ତାରିଖ ବେଳକୁ ଏହା ୨୯୯୨ ନିୟୁତ ୟୁନିଟ୍‍ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଓଡିଶାରେ ବିଦ୍ୟୁତ୍‍ ବ୍ୟବହାର ପରିମାଣ ୭୯.୫୬ ନିୟୁତ୍‍ ୟୁନିଟ୍‍ରୁ ୭୪.୬୭ ନିୟୁତ ୟୁନିଟ୍‍କୁ ହ୍ରାସ ପାଇଥିବା ଜଣାଯାଇଛି ।

ରାଜ୍ୟରେ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍‍ ବ୍ୟବହାର ନେଇ ଶକ୍ତି ବିଭାଗର ପ୍ରମୁଖ ବିଷ୍ଣୁପଦ ସେଠୀ କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ସୂଚନା ଅନୁଯାୟୀ ମାର୍ଚ୍ଚ ମାସରେ ହାରାହାରି ୩୩୦୦ ମେଗାୱାଟ ଥିବାବେଳେ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ରାଜ୍ୟର କେତେକ ଅଞ୍ଚଳରେ ଝଡବର୍ଷା ଯୋଗୁଁ ଏହା ୨୭୫୦ ମେଗାୱାଟକୁ ହ୍ରାସ ପାଇଥିଲା । ତେବେ ମାର୍ଚ୍ଚ ୨୧ ତାରିଖରେ କିନ୍ତ କିନ୍ତୁ ବିଦ୍ୟୁତ୍‍ ଚାହିଦା ବୃଦ୍ଧି ପାଇ ୨୯୫୦ ମେଗାୱାଟରେ ପହଞ୍ଚିଥିବାବେଳେ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଥିବାରୁ ଏହା ୨୭୭୦ ମେଗାୱାଟକୁ ହ୍ରାସ ପାଇଥିଲା ।

ତେବେ ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ବିଜୁଳି ଚାହିଦା ବୃଦ୍ଧିପାଇ ୩୦୬୪ ମେଗାୱାଟରେ ପହଞ୍ଚିଥିଲା । ୨୫ ତାରିଖ ଠାରୁ ସମଗ୍ର ରାଜ୍ୟରେ ଲକ୍‍ଡାଉନ୍‍ ଲାଗୁ ହୋଇଥିବାରୁ ବିଜୁଳି ଚାହିଦା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଲକ୍‍ ଡାଉନ୍‍ ସମୟରେ କଳ କାରଖାନା ସମେତ ଦୋକାନ ବଜାର ବନ୍ଦ ରହୁଥିବାରୁ ବିଦ୍ୟୁତ ବ୍ୟବହାର ଯଥେଷ୍ଟ ହ୍ରାସ ପାଇଛି । ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀ ଗୁଡିକ ମଧ୍ୟ ବିଜୁଳି ଖରିଦରେ ପରିବର୍ତ୍ତନ ଆଣିଛନ୍ତି । ଏଭଳି ସ୍ଥିତିରେ ଆଗାମୀ ଦିନରେ ରାଜ୍ୟରେ ବିଜୁଳି ଚାହିଦା ଆହୁରି ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ଆକଳନ କରୁଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023