ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସମଗ୍ର ରାଜ୍ୟ ଲକ୍‍ ଡାଉନ୍‍

କରୋନା ମୁକାବିଲା ପାଇଁ ଆଜି ମଧ୍ୟ ରାତ୍ରୀରୁ ସମଗ୍ର ରାଜ୍ୟ ଲକ୍‍ ଡାଉନ୍‍ ହେବ । ଏହି କଟକଣା ଆସନ୍ତା ୨୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ପ୍ରକାଶ କରିଛନ୍ତି ।

ଶ୍ରୀ ବାଗ୍‌ଚି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୨୧ ତାରିଖରେ ୫ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ସେହିସବୁ ଅଞ୍ଚଳରେ ଅଧିକ ସଂଖ୍ୟାରେ ବିଦେଶ ଫେରନ୍ତାମାନେ ପହଞ୍ଚୁଥିବା ଏବଂ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସେମାନଙ୍କ ଉପସ୍ଥିତି ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୁନଶ୍ଚ ୨୩ ତାରିଖରେ ସରକାର ଆଉ ୯ଟି ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଥିଲେ ।

ଆଜି ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆଜି ମଧ୍ୟରାତ୍ରିରୁ ଏହା ଲାଗୁ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କୁ ନେଇ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଭିଡ଼ିଓ କଡ଼ଫରେନ୍ସରେ ଏ ସଂପର୍କରେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ସଂପୂର୍ଣ୍ଣ ତାଲାବନ୍ଦ (ଲକ୍‌ ଡାଉନ୍‌) ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଛାତ୍ରାବାସଗୁଡ଼ିକୁ ବନ୍ଦ କରିବା ସହ ଅନ୍ତେବାସୀମାନଙ୍କୁ ସେମାନଙ୍କ ସ୍କଲାରସିପ୍‌ ଟଙ୍କା ପ୍ରଦାନପୂର୍ବକ ପିତାମାତା/ଅଭିଭାବକମାନଙ୍କ ସହିତ ଆଜି ସନ୍ଧ୍ୟା ସୁଦ୍ଧା ଘରେ ପହଞ୍ଚାଇ ଦିଆଯିବ । ଏହି କାର୍ଯ୍ୟ ତତ୍ତ୍ୱାବଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଲକ୍‌ ଡାଉନ୍‌ ସମୟରେ ଡାକ୍ତରଖାନା, କ୍ଲିନିକ୍‌, ପାଥୋଲାବ୍‌, ଔଷଧ ଦୋକାନ ପରି ଅତ୍ୟାବଶ୍ୟକ ସେବା ସମେତ ପୋଲିସ୍‌, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍‌, ବିଦୁ୍ୟତ, ପାଣି, ମୁନିସିପାଲ୍‌ ସେବା ଓ କରୋନା ପ୍ରତିହତ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ କାର୍ଯ୍ୟ ଜାରି ରହିବ । ବ୍ୟାଙ୍କ୍‌ ଓ ଏଟିଏମ୍‌ ସାଙ୍ଗକୁ ପେଟ୍ରୋଲ୍‌ ପମ୍ପ ମଧ୍ୟ ଖୋଲା ରହିବ । ବ୍ୟାଙ୍କଗୁଡ଼ିକ ଜିଲ୍ଲାପାଳଙ୍କ ପରାମର୍ଶରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ଓ ଏଟିଏମ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଟଙ୍କା ମହଜୁଦ୍‌ ରଖିବେ ।

ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ୍‌, ବେକେରୀ, ସଉଦା ଦୋକାନ, ପନିପରିବା, ମାଛ, ମାଂସ ଦୋକାନ ସହିତ କ୍ଷୀର ବୁଥ୍‌(ଚା ଓ କଫି ଭଳି ଅନ୍ୟାନ୍ୟ ପାନୀୟ ସୁବିଧା ବ୍ୟତୀତ) ଖୋଲା ରହିବ । ଲକ୍‌ ଡାଉନ୍‌ ସମୟରେ ପରିବାରର ଜଣେ ସଦସ୍ୟ ଦୈନିକ ଥରେ ମାତ୍ର ନିକଟସ୍ଥ ଦୋକାନକୁ ଯାଇ ସର୍ବନିମ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଏବଂ ରାସ୍ତାକୁ ଗାଡ଼ି ଧରି ନ ବାହାରିବା ପାଇଁ ଶ୍ରୀ ବାଗ୍‌ଚି ଅନୁରୋଧ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023