ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ବ୍ୟାଙ୍କ ଖୋଲିବ ୧୦ରୁ ୨

ରାଜ୍ୟରେ ଥିବା ବ୍ୟାଙ୍କ୍‍ ଗୁଡିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ନେଇ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରିଛନ୍ତି । ତଦନୁଯାୟୀ ବିଭାଗର ସ୍ୱତନ୍ତ୍ର ସଚିବ ପି.କେ.ବିଶ୍ୱାଳ ଆଜି ଏହି ମର୍ମରେ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ କୌଣସି ସ୍ଥିତିରେ ବ୍ୟାଙ୍କ୍‍ ଗୁଡିକ ଅପରାହ୍ନ ୨ଟା ପୂର୍ବରୁ ବନ୍ଦ ହୋଇପାରିବ ନାହିଁ ।

ପ୍ରତ୍ୟେକ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ସେମାନଙ୍କର କର୍ମଚାରୀ ମୁତୟନ ନେଇ ଯୋଜନା ପ୍ରସ୍ତୁତ କରିବେ ଏବଂ ପ୍ରତି ଶାଖାରେ ଯେଭଳି ଦୁଇ ରୁ ୭ଜଣ ଜଣ ମଧ୍ୟରେ କାର୍ଯ୍ୟ କରିବେ ସେ ଦିଗରେ ପଦକ୍ଷେପ ନେବେ । ଏଟିଏମ୍‍ ଗୁଡିକରେ ନିୟମିତ ଭାବେ ନଗଦ ଅର୍ଥ ଭର୍ତ୍ତି କରିବେ ଏବଂ ଏହା ଯେଭଳି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ତାହା ନିଶ୍ଚିତ କରିବେ । ସେହଭଳି ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ନଗଦ ଅର୍ଥ ପରିବହନ ଲାଗି ଆବଶ୍ୟକସ୍ଥଳେ ସ୍ଥାନୀୟ ପୁଲିସ୍‍ ଠାରୁ ଅନୁମତି ନେବେ ।

ଅର୍ଥ ଜମା, ଉଠାଣ, ଆରଟିଜିଏସ୍‍, ଏନ୍‍ଇଏଫ୍‍ଟି, ଚେକ୍‍ କ୍ଲିୟରାନ୍ସ, ଏଟିଏମ୍‍, ସରକାରୀ ଟିକସ ଆଦାୟ, ବ୍ୟାଙ୍କ୍‍ ସେବା ସହିତ ଗ୍ରାହକ ସେବା ଯେଭଳି ଜାରି ରହିବ ତାହା ବ୍ୟାଙ୍କ୍‍ ଗୁଡିକ ନିଶ୍ଚିତ କରିବେ । ଆଧାର ସେବା କେନ୍ଦ୍ର ସହିତ ଅନ୍ୟ ସମସ୍ତ ସେବା ଗୁଡିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଗ୍ରାହକମାନେ ଯେଭଳି ମୋବାଇଲ୍‍ ବ୍ୟାଙ୍କିଂ, ଇଣ୍ଟରନେଟ୍‍ ବ୍ୟାଙ୍କିଂ, ଅନ୍‍ଲାଇନ୍‍ ପଇଠ, ଏଟିଏମ୍‍ ଆଦିର ବହୁଳ ବ୍ୟବହାର କରିବେ ସେଥିପାଇଁ ବ୍ୟାଙ୍କ୍‍ ଗୁଡିକ ଉତ୍ସାହିତ କରିବାଲାଗି କୁହାଯାଇଛି । ସେହିଭଳି ବ୍ୟାଙ୍କ୍‍ ଗୁଡିକ ସେମାନଙ୍କର କଲସେଣ୍ଟର ଗୁଡିକୁ ୨୪ଘଣ୍ଟା ଚଳାଇବାକୁ ମଧ୍ୟ ରାଜ୍ୟ ସରକାର କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023