ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଫିକା ପଡିବ ଉତ୍‍କଳ ଦିବସ କାର୍ଯ୍ୟକ୍ରମ

କରୋନା ବିପତ୍ତି ଯୋଗୁଁ ଏବର୍ଷ ସ୍ୱତନ୍ତ୍ର ଉତ୍‍କଳ ଦିବସ ଓ ଗାନ୍ଧୀ-୧୫୦ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ଯେତେସବୁ ଯୋଜନା ଥିଲା ତାକୁ ସ୍ଥଗିତ ରଖାଯାଇଛି । କଟକଣା ଯୋଗୁଁ ଏହା ଆଉ ଧୂମ୍‍ଧାମ୍‍ରେ ପାଳନ ହେବନାହିଁ ।

ଏପ୍ରିଲ ପହିଲାକୁ ସ୍ୱତନ୍ତ୍ର ଉତ୍‍କଳ ଦିବସ ଭାବେ ପାଳିତ କରାଯାଇଥାଏ । ୧୯୩୬ ମସିହାର ଏହି ଦିନରେ ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠିତ ହୋଇଥିଲା । ରାଜଧାନୀରୁ ଆରମ୍ଭ କରି ସମସ୍ତ ଜିଲ୍ଲା ମହୁକୁମା ଏବଂ ରାଜ୍ୟର କୋଣ ଅନୁକୋଣରେ ସରକାରୀ ଓ ବେସରକାରୀ ଭାବେ ଉତ୍‍କଳ ଦିବସ ପାଳିତ ହୋଇଥାଏ । ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ଜନସମାବେଶରେ ଭାଷଣ ଦେଇଥାନ୍ତି ।

କିନ୍ତୁ ଚଳିତମାସ କରୋନା ଯେପରି ଦିନକୁ ଦିନ ଭୟଙ୍କର ରୂପ ନେଉଛି ତାହାର ପ୍ରତିରୋଧ ପାଇଁ ଉଭୟ ସରକାରୀ ଓ ବେସରକାରୀ ସଭା ସମିତି ଉପରେ କଟକଣା ଜାରି ହୋଇଛି । ଏମିତିକି ଏବେ ରାଜ୍ୟର ୫ଟି ଜିଲ୍ଲା ଓ ଆଉ କେତେକ ବଡ ବଡ ସହରରେ ଲକ୍‍ ଡାଉନ୍‍ ଜାରି ହୋଇଛି । ତେଣୁ ପୂର୍ବବର୍ଷ ଗୁଡିକ ଭଳି ଏବର୍ଷ ଏପ୍ରିଲ ପହିଲାରେ ଉତ୍‍କଳ ଦିବସ ଧୂମ୍‍ଧାମ୍‍ରେ ପାଳିତ ହେବନାହିଁ ।

ସେହିପରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ମାର୍ଚ୍ଚ ରୁ ଜୁନ୍‍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତର ସ୍ମାରକୀ କଟକ କାଠଯୋଡି କୂଳରେ ନିର୍ମିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଠାରେ ଏକ ବଡ ଜନସମାବେଶ ଆୟୋଜିତ ହେବାର ଥିଲା ।

କିନ୍ତୁ କରୋନା ପାଇଁ ଲକ୍‍ ଡାଉନ୍‍ ପରିସ୍ଥିତି ସୃଷ୍ଟିହେବା ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଛି । ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଆଦି ସ୍ଥାନରେ ଆୟୋଜିତ ହେବାକୁ ଥିବା ଉତ୍ସବମାନ ସ୍ଥଗିତ ରଖାଯାଇଛି ବୋଲି ସଂସ୍କୃତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହାଛଡା ଆଉ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇ ସାରିଛି ।

ଗାନ୍ଧୀଜୀଙ୍କର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଥିଲା ୧୯୩୮ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଗାଁକୁ । ସେଠାରେ ସେତେବେଳେ ଅନୁଷ୍ଠିତ ହୋଇଥିବା ସେବାସଂଘ ବୈଠକରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ଆଚାର୍ଯ୍ୟ କୃପାଳିନୀଙ୍କ ସମେତ ବହୁ ଆଗଧାଡିର ନେତା ଯୋଗ ଦେଇଥିଲେ ।

ଗାନ୍ଧୀ-୧୫୦ କାର୍ଯ୍ୟକ୍ରମ ମଧ୍ୟରେ ଏବର୍ଷ ବେରବୋଇ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ସହାୟତାରେ ଆୟୋଜିତ ହେବାକୁ ଥିଲା । ସେହିପରି ଭୁବନେଶ୍ୱର, ସତ୍ୟଭାମାପୁର ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ଏପ୍ରିଲ ମାସରେ କସ୍ତୁରବାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଇଁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମମାନ ସ୍ଥଗିତ ରହିଛି । ଏହାଛଡା ମଇ ଓ ଜୁନ୍‍ମାସରେ ଗାନ୍ଧୀଜୀଙ୍କ ଓଡିଶାରେ ମାସେବ୍ୟାପି ପଦଯାତ୍ରାର ସ୍ମାରକୀ ପ୍ରତିପାଳନ ଲାଗି ଯେଉଁ ଯୋଜନା ଥିଲା ତାହା ମଧ୍ୟ ଆପାତତଃ ସ୍ଥଗିତ ରଖାଯାଇଥିବା ଜଣାପଡିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023