ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସମସ୍ତ ଟିକେଟ କାଉଣ୍ଟର ବନ୍ଦ

କରୋନା ଭାଇରସ (COVID-19) ର ପ୍ରସାରକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ୩୧ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ସେବାକୁ ବାତିଲ କରାଯାଇଅଛି I ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ଠାରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର, ଅଣସଂରକ୍ଷିତ ଟିକେଟ ପ୍ରଣାଳୀ (ୟୁଟିଏସ) ସହିତ ପାର୍ସଲ ଅଫିସ କୁ ମଧ୍ୟ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଅଛି I  

ଏହି ସମୟ ମଧ୍ୟରେ ଆଗ ଧାଡ଼ିର କର୍ମଚାରୀ ଯଥା ପିଆରଏସ, ୟୁଟିଏସ, ପାର୍ସଲ ଅଫିସ ଓ ଟିକେଟ ଚେକିଙ୍ଗ କର୍ମଚାରୀମାନେ ସେମାନଙ୍କର ଅନ୍ୟାନ କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ରହିବା ସହିତ ଦରକାର ହେଲେ ସେମାନଙ୍କର କାର୍ଯ୍ୟାଳୟ ରେକର୍ଡ କାର୍ଯ୍ୟରେ ନିୟୋଜିତ ରହିବେ I      

ଯେହେତୁ ପିଆରଏସ କାଉଣ୍ଟର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ, ସେଥିପାଇଁ ଯାତ୍ରୀମାନେ ଭୟ କିମ୍ବା ଆଶଙ୍କା ଭିତରେ ନରହି କୋହଳ ରିଫଣ୍ଡ ନିୟମ ବିନିଯୋଗ କରିବାକୁ କୁହାଯାଇଅଛି ଯେପରିକି ଯାତ୍ରୀମାନେ ଟିକେଟ କାଉଣ୍ଟରକୁ ନଆସିବେ I  ଏହି ସମୟରେ ରିଫଣ୍ଡ ନିୟମ କୁ କୋହଳ କରାଯାଇଅଛି ଏବଂ କାଉଣ୍ଟର ଠାରୁ ଟିକେଟ କ୍ରୟ କରିଥିବା  ଯାତ୍ରୀମାନେ ୨୦୨୦ ଜୁନ ୨୧ ତାରିଖ ମଧ୍ୟରେ ପିଆରଏସ କାଉଣ୍ଟର ଠାରୁ ସେମାନଙ୍କର ଟିକେଟ ବାତିଲ କରି ପୂର୍ଣ୍ଣ ଦେୟ ପାଇପାରିବେ I      

ଏହା ବ୍ୟତୀତ, ଟ୍ରେନ ଯାତ୍ରା ତାରିଖ ଠାରୁ ୩୦ ଦିନ ମଧ୍ୟରେ ଷ୍ଟେସନ ରୁ ଟିକେଟ ଡିପୋଜିଟ ରସିଦ (ଟିଡ଼ିଆର) ଆଣି କ୍ଲେମସ ଅଫିସ ଠାରେ ଦାଖଲ କରି ୬୦ ଦିନ ମଧ୍ୟରେ ଦେୟ ଫେରସ୍ତ ନେବାକୁ ମଧ୍ୟ ଏହି କୋହଳ ବ୍ୟବସ୍ଥାରେ କୁହାଯାଇଅଛି I    

ଅନ-ଲାଇନ ରେ ଟିକେଟ ବୁକ କରିଥିବା ଯାତ୍ରୀମାନେ ଏହି କୋହଳ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରି ଆଇଆରସିଟିସି ୱେବସାଇଟରୁ ସେମାନଙ୍କର ଫେରସ୍ତ ବ୍ୟବସ୍ଥା କରିପାରିବେ I      



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023