କରୋନା ବ୍ୟାପିଥିବା ପରିପ୍ରେକ୍ଷୀରେ କୌଣସି କର୍ମଚାରୀଙ୍କୁ ଛଟେଇ କରିବା ଅଥବା ତାଙ୍କର ଦେୟ କାଟ କରିବା ଉପରେ କଟକଣା ଜାରି କରିବାକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଶ୍ରମ ସଚିବ ହୀରାଲାଲ ସାମାରିଆ ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ଲେଖି ଏହି ଅନୁରୋଧ କରିଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଥିବା ଜଣାଯାଏ ।
ବିଶ୍ୱ ବର୍ତ୍ତମାନ କରୋନା ଯୋଗୁଁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ସଂଖ୍ୟାଧିକ କମ୍ପାନୀମାନେ କର୍ମଚାରୀଙ୍କ ବ୍ୟାପକ ଛଟେଇ ଆରମ୍ଭ କରିଦେଇଥିବା ଜଣ।।ଇଛି । ଏହାଛଡା କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କର ଦେୟ ମଧ୍ୟ ହ୍ରାସ କରୁଥିବା କେନ୍ଦ୍ର ସରାକରଙ୍କ ଦୃଷ୍ଟିକୁ ଆସିଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି କେନ୍ଦ୍ରୀୟ କର୍ତ୍ତୃପକ୍ଷ କହିଛନ୍ତି ।
କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କରୋନା ଯୋଗୁଁ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ବନ୍ଦହୋଇ ଯାଉଥିବା ଦୃଷ୍ଟିରୁ କମ୍ପାନୀମାନେ ବ୍ୟାପକ ଛଟେଇ ଆରମ୍ଭ କରିଦେଇଛନ୍ତି । ଏହା ଆଦୌ କରାଯିବା ଉଚିତ୍ ନୁହେଁ । କେତେକ କ୍ଷେତ୍ରରେ କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ନଦେଇ ବାଧ୍ୟକରି ଛୁଟିରେ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛିା
କରୋନା ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ଉଭୟ ସରକାରୀ ଓ ଘରୋଇ ପ୍ରତିଷ୍ଠାନମାନେ କର୍ମଚାରୀ ଛଟେଇ ବିଶେଷକରି ଅସ୍ଥାୟୀ ଓ ଠିକା କର୍ମଚାରୀମାନଙ୍କୁ ଯେଭଳି ଚାକିରିରୁ ବାହାର ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ସମୟରେ ଯଦି କୌଣସି କର୍ମଚାରୀ ଛୁଟି ନିଅନ୍ତି ତେବେ ତାଙ୍କୁ ଛୁଟି ଦିଆଯିବା ସଂଗେ ସଂଗେ ସମ୍ପୃକ୍ତ କର୍ମଚାରୀଙ୍କ ପାରିଶ୍ରମିକ ହ୍ରାସ କରାଯିବା ଆଦୌ ଉଚିତ୍ ନୁହେଁ ।
ଏହାଛଡା ଯଦି କୌଣସି ଅନୁଷ୍ଠାନ କରୋନା ପରିପ୍ରେକ୍ଷୀରେ ବନ୍ଦ ରହୁଛି ତେବେ ମଧ୍ୟ ତାହାର କର୍ମଚାରୀମାନେ କାର୍ଯ୍ୟରତ ଥିବା ଗ୍ରହଣ କରିବାକୁ ପଡିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟଭାବେ କହିଛନ୍ତି । ଏଭଳି ତିରୋଟ ପରିସ୍ଥିତିରେ କର୍ମଚାରୀ ତଥା ଶ୍ରମିକଙ୍କୁ ଛଟେଇ କରିବା କିମ୍ବା ତାଙ୍କର ପାରିଶ୍ରମିକକୁ କାଟ୍ କରିବା ଦ୍ୱାରା ପରିସ୍ଥିତି ଆହୁରି ଗମ୍ଭୀର ହୋଇଯିବ ବୋଲି ଆଶଙ୍କା କରାଯାଇଛି । ଏଭଳି ପଦକ୍ଷେପ ନିଆଗଲେ ତାହା କର୍ମଚାରୀ ତଥା ଶ୍ରମିକଙ୍କର ଆର୍ଥକ ମାନଦଣ୍ଡକୁ ଭାଙ୍ଗିଦେବ ଏବଂ କରୋନା ଭଳି ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ତାଙ୍କର ମନୋବଳ ରହିବନାହିଁ ବୋଲି ଶ୍ରୀ ସାମୋରିଆ ଉଲ୍ଲେଖ କରିଛନ୍ତି ।
ତେଣୁ ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରତ୍ୟେକ ଅନୁଷ୍ଠାନକୁ ଶ୍ରମିକ ମାରଣ ନୀତିରୁ ବିରଦ ରହିବାପାଇଁ ପଦକ୍ଷେପ ନେବା ଆବଶ୍ୟକ । ଦେଶରେ ଉପୁଜିଥିବା ସଙ୍କଟମୟ ପରିସ୍ଥିତିରେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ସମନ୍ୱୟ ରକ୍ଷା କରିବା ସଂଗେ ସଂଗେ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବାପାଇଁ ପଦକ୍ଷେପ ନେବାକୁ ଶ୍ରୀ ସାମାରିଆ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।