ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଅତ୍ୟାବଶ୍ୟକ ସାମଗ୍ରୀର ଉପରେ ନଜର ରଖ

ରାଜ୍ୟରେ କରୋନା ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେ ପ ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ଭୟରେ ଲୋକମାନେ ଅଧିକ ମାତ୍ରାରେ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥକୁ ସଂଗ୍ରହ କରି ଘରେ ରଖିବା ଆଶଙ୍କା ରହିଛି ।

ସେହି ପରି ପରିସ୍ଥିତିର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମୂଲ୍ୟବୃଦ୍ଧି ଆଶାରେ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏ ପରି ସ୍ଥିତିର ଉଚିତ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେ ପ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ କହିଛନ୍ତି ।


ଏହି ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଅତ୍ୟାବଶ୍ୟକ ସାମଗ୍ରୀର ବଜାରରେ ଉପଲବ୍ଧତା ଏବଂ ଆମଦାନୀ ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ସମସ୍ତ ଜିଲ୍ଲା ପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣବିଭାଗର କମିଶନର ତଥା ଶାସନ ସଚିିବ ଜିଲ୍ଲା ପାଳମାନଙ୍କୁ ପତ୍ର ଲେଖିଛନ୍ତିି । ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଜନସାଧାରଣଙ୍କ ପାଇଁ େଯେପରି ଉଚିତ ମୂଲ୍ୟରେ ଉ ପଲ୨ ହୋଇ ପାରିବ ସେଥି ନିମନ୍ତେ ଜିଲ୍ଲା ପାଳମାନେ ଆବଶ୍ୟକ ପଦକ୍ଷେ ପ କରିବେ ।

ଆବଶ୍ୟକ ହେଲେ ଅସାଧୁ ବ୍ୟବସାୟୀ ଓ ମହଜୁଦ୍‌କାରୀଙ୍କବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ଜିଲ୍ଲା ପାଳମାନଙ୍କୁ ଯାଞ୍ଚବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲା ପାଳମାନେ ଉତ୍ପାଦନକାରୀ ଅନ୍ୟ ରାଜ୍ୟରୁ ଓଡ଼ିଶା ଭିତରକୁ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀକୁ ସୁଗମ କରିବା ଦିଗରେବିହିତ ପଦକ୍ଷେ ପ ନେବା ପାଇଁ କୁହାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023