ନିଜ ଜୀବନକୁ ସମାଜସେବା ପାଇଁ ଉତ୍ସର୍ଗ କରିଥିବା ଗାନ୍ଧୀ ଆଦର୍ଶର ରଚନାତ୍ମକ କର୍ମୀ ଶ୍ରୀ ଭାଇ (କଂଗ୍ରେସ ଭାଇ)ଙ୍କର ଆଜି ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶିରାକୁଳି ଅଞ୍ଚଳରେ ବିଶ୍ୱବନ୍ଧୁ ସେବକ ସଂଘ ନାମରେ ଏକ ଆଶ୍ରମ ସ୍ଥାପନା କରି ସେ ଅନେକ ସଂସ୍କାରମୂଳକ ତଥା ଆର୍ଥିକ ଓ ସାମାଜିକ ବିକାଶ କାର୍ଯ୍ୟ କରିଯାଇଛନ୍ତି ।
ସନ୍ଥ ବିନୋବା ଭାବେ, ମା’ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ବିଶ୍ୱନାଥ ପଟ୍ଟନାୟକ ଆଦିଙ୍କ ଦ୍ୱାରା ପ୍ରଭାବିତ ହୋଇ କଂଗ୍ରେସ ଭାଇ ନିସ୍ୱ ଜନତାଙ୍କ ତ୍ରାଣକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ । ଉକ୍ରଳ ସାର୍ବୋଦୟ ମଣ୍ଡଳ ସହିତ ସେ ଦୀର୍ଘବର୍ଷ ଧରି ଜଡ଼ିତ ଥିଲେ ।