ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ପାଇଁ ୱାର୍ଡ ବୈଠକ

ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଆସନ୍ତାକାଲି ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ନିଗମ ଓ ପୌରସଂସ୍ଥାଗୁଡ଼ିକୁ ପତ୍ର ଲେଖିଛନ୍ତି ।

ମାର୍ଚ୍ଚ ୨୧ ତାରିଖ ସକାଳ ୧୦ଟା ବେଳେ ୱାର୍ଡ ଅଫିସରମାନେ ନିଜ ନିଜ ୱାର୍ଡରେ ଏହି ବୈଠକ ଡାକିବେ । ଏଥିରେ ବର୍ତ୍ତମାନ ଓ ପୂର୍ବତନ କର୍ପୋରେଟର ଏବଂ କାଉନ୍‍ସିଲରମାନଙ୍କ ସହିତ ସାଧାରଣ ଲୋକେ ଯୋଗ ଦେଇ ସେମାନଙ୍କ ମତାମତ ପ୍ରଦାନ କରିବେ ।

ବୈଠକରେ ଯଦି ଲୋକ ସଂଖ୍ୟା ଅଧିକ ହେବ ତେବେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଆଲୋଚନା କରିବାକୁ କୁହାଯାଇଛି । ଏଥିସହିତ ରାଜ୍ୟ ସରକାର କରୋନା ସଚେତନତା ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଆଲେଖ୍ୟକୁ ୱାର୍ଡ ଅଫିସର ସମସ୍ତଙ୍କୁ ଅବଗତ କରିବେ ।

କରୋନା ସଚେତନତା ନେଇ ପୌରସଂସ୍ଥା ସହିତ ସାଧାରଣ ଲୋକଙ୍କୁ କିଭଳି ଜଡ଼ିତ କରାଯିବ ସେ ନେଇ ବୈଠକରେ ସୂଚନା ଦିଆଯିବ । ଏଥିସହିତ ପୌରାଞ୍ଚଳରେ ସଫାସୁତୁରା ବଜାୟ ରଖିବା ଲାଗି ଲୋକେ ମଧ୍ୟ ସେମାନଙ୍କ ମତାମତ ପ୍ରଦାନ କରିବେ ।

ତେଣୁ ପ୍ରତି ୱାର୍ଡରେ କିଭଳି ସୁରୁଖୁରୁରେ ଏହି ବୈଠକ ଆୟୋଜନ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023